ମାଲକାନଗିରି: ପେଟ୍ରୋଲ୍‌ ପମ୍ପରୁ ପାଣି ବାହାରିବା ଘଟଣା; ପରୀକ୍ଷା ପାଇଁ ପଠାଗଲା ତେଲ ନମୂନା

ମାଲକାନଗିରି: ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ ନିକଟ ଏକ ପେଟ୍ରୋଲ୍‌ ପମ୍ପରୁ ପାଣି ବାହାରିବା ଅଭିଯୋଗ ଘଟଣାରେ ଯୋଗାଣବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଦୁଇ ଜଣିଆ ଟିମ୍‌ ପେଟ୍ରୋଲ୍‌ ପମ୍ପରେ ଚଢ଼ାଉ କରି ତେଲ ନମୂନା  ପରୀକ୍ଷା  ପାଇଁ ପଠାଇଛନ୍ତି। ରିପୋର୍ଟ ଆସିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି। ଗତ ମଙ୍ଗଳବାର ପେଟ୍ରୋଲ୍‌ ପମ୍ପରୁ ଡିଜେଲ୍‌ ବଦଳରେ  ପାଣି ବାହାରୁଥିବା  ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

malkangiri

Rakesh Mallick
  • Published: Thursday, 30 June 2016
  • , Updated: 30 June 2016, 11:48 AM IST

ମାଲକାନଗିରି: ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ ନିକଟ ଏକ ପେଟ୍ରୋଲ୍‌ ପମ୍ପରୁ ପାଣି ବାହାରିବା ଅଭିଯୋଗ ଘଟଣାରେ ଯୋଗାଣବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଦୁଇ ଜଣିଆ ଟିମ୍‌ ପେଟ୍ରୋଲ୍‌ ପମ୍ପରେ ଚଢ଼ାଉ କରି ତେଲ ନମୂନା  ପରୀକ୍ଷା  ପାଇଁ ପଠାଇଛନ୍ତି। ରିପୋର୍ଟ ଆସିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି।

ଗତ ମଙ୍ଗଳବାର ପେଟ୍ରୋଲ୍‌ ପମ୍ପରୁ ଡିଜେଲ୍‌ ବଦଳରେ  ପାଣି ବାହାରୁଥିବା  ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Related story