ମାଲକାନଗିରି: ଆତ୍ମସମର୍ପଣ କଲେ ୧୫୦ ମାଓ ସମର୍ଥକ

ମାଲକାନଗିରି: ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ୧୫୦ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୪ଜଣ ସଶସ୍ତ୍ର ମିଲିସିଆ ଓ ୨ଜଣ ମାଓବାଦୀଙ୍କ ଦ୍ୱାରା ବଛା ଯାଇଥିବା ଭିଲେଜ କମିଟି ସଦସ୍ୟ ଅଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୧୮ ଜଣ ମହିଳା ଅଛନ୍ତି। ଏମାନଙ୍କ ଘର କାଲିମେଳା ଥାନା ଅନ୍ତର୍ଗତ ଗୁମୁକାଗୁଡା ଓ ଏନ୍ତାଗୁଡାରେ। ଏମାନେ ପଡିଆଦଳମ ପାଇଁ କାମ କରୁଥିଲେ। ସରକାରଙ୍କ ଥଇଥାନ ନିୟମ ଅନୁସାରେ ଏମାନଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି […]

mao surredred

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 04:15 PM IST

ମାଲକାନଗିରି: ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ୧୫୦ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୪ଜଣ ସଶସ୍ତ୍ର ମିଲିସିଆ ଓ ୨ଜଣ ମାଓବାଦୀଙ୍କ ଦ୍ୱାରା ବଛା ଯାଇଥିବା ଭିଲେଜ କମିଟି ସଦସ୍ୟ ଅଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୧୮ ଜଣ ମହିଳା ଅଛନ୍ତି। ଏମାନଙ୍କ ଘର କାଲିମେଳା ଥାନା ଅନ୍ତର୍ଗତ ଗୁମୁକାଗୁଡା ଓ ଏନ୍ତାଗୁଡାରେ। ଏମାନେ ପଡିଆଦଳମ ପାଇଁ କାମ କରୁଥିଲେ। ସରକାରଙ୍କ ଥଇଥାନ ନିୟମ ଅନୁସାରେ ଏମାନଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି ଶ୍ରୀ ମହାପାତ୍ର କହଛନ୍ତି। ଗତ ୩୧ ତାରିଖରେ ଜିଲ୍ଲାର ସିଲାକୋଟା ଗାଁର ୧୨୦ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ।

Related story