ମାଲକାନଗିରି: ୨୮ରୁ ମାଓବାଦୀ ପାଳିବେ ସହିଦ ସପ୍ତାହ, ନାରାୟଣପାଟଣାରୁ ୨୫ କେଜି ଲ୍ୟାଣ୍ଡମାଇନ୍ସ ଉଦ୍ଧାର

ମାଲକାନଗିରି/ନାରାୟଣପାଟଣା: ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ଯାଏଁ ମାଓବାଦୀ ସହିଦ ସପ୍ତାହ ଦିବସ ପାଳନ କରିବେ । ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ବ୍ୟାନର ଦେଖିବାକୁ ମିଳିଛି । ସେହିପରି ଛତିଶଗଡର ସୁକୁମା ଜିଲ୍ଲାରେ ମଧ୍ୟ ବିଭିନ୍ନ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ମାଓ ବିରୋଧୀ ଅପରେସନ୍ ବନ୍ଦ କରିବା ଓ ଆତ୍ମ ସମର୍ପଣ ନୀତି ବିରୋଧରେ ଏହି ସହିଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲା […]

maoist

Rakesh Mallick
  • Published: Saturday, 25 July 2015
  • , Updated: 25 July 2015, 08:12 AM IST

ମାଲକାନଗିରି/ନାରାୟଣପାଟଣା: ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ଯାଏଁ ମାଓବାଦୀ ସହିଦ ସପ୍ତାହ ଦିବସ ପାଳନ କରିବେ । ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ବ୍ୟାନର ଦେଖିବାକୁ ମିଳିଛି । ସେହିପରି ଛତିଶଗଡର ସୁକୁମା ଜିଲ୍ଲାରେ ମଧ୍ୟ ବିଭିନ୍ନ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ମାଓ ବିରୋଧୀ ଅପରେସନ୍ ବନ୍ଦ କରିବା ଓ ଆତ୍ମ ସମର୍ପଣ ନୀତି ବିରୋଧରେ ଏହି ସହିଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ।

ମାଲକାନଗିରି ଜିଲ୍ଲା ସିପିଆଇ ମାଓବାଦୀ ଡିଭିଜନାଲ୍ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ଅପରେସନ ଗ୍ରୀନ ହଣ୍ଟ୍  ବନ୍ଦ କରିବା ଓ ନିରିହ ଆଦିବାସୀଙ୍କୁ ନକ୍ସଲ ଆଖ୍ୟା ଦେଇ ଜେଲରେ ଭର୍ତ୍ତି କରିବାକୁ ସଙ୍ଗଠନ ବିରୋଧ କରିଛି । ମାଓବାଦୀଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ଜିଲ୍ଳା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ବୋଲି ଏସପି  ମିତ୍ରଭାନୁ ମହାପାତ୍ର କହିଛନ୍ତି ।

ଅନ୍ୟପକ୍ଷରେ ଆଜି କୋରାପୁଟର ନାରୟଣପାଟଣା ନିକଟସ୍ଥ ପିଣ୍ଡାମାଲ ଜଙ୍ଗଲରେ କମ୍ବିଂ ବେଳେ ବିଏସଏଫ ଯବାନମାନେ ଉଦ୍ଧାର କରିଛନ୍ତି୨୫ କେଜି ଓଜନର ଜୀବନ୍ତ ଲ୍ୟାଣ୍ଡମାଇନ୍ସ।

Related story