ମାଲକାନଗିରି : ମାଓବାଦୀଙ୍କ ଭୟରେ ବିଛିନ୍ନାଞ୍ଚଳରୁ ଘରଛାଡ଼ି ମାଲକାନଗିରି ସଦର ମହକୁମାକୁ ଚାଲିଆସିଥିବା ଲୋକମାନଙ୍କ ପାଇଁ ସାମୟିକ ଭାବେ ଥଇଥାନର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ସଦର ମହକୁମା ଚିତ୍ରକୋଣ୍ଡାରେ ଘରଛାଡି ଆସିଥିବା ଗ୍ରାମବାସୀଙ୍କୁ ୩ଦିନ ପାଇଁ ଖାଇବା ଓ ରହିବା ବ୍ୟବସ୍ଥା କରାଯାଇଛି। ତାପରେ କଣ ପଦକ୍ଷେପ ନିଆଯିବ ତାହା ପ୍ରଶାସନ ନିଷ୍ପତ୍ତି ନେବ।
ଗତ ଗୁରୁବାରରେ ମାଓବାଦୀଙ୍କ ଭୟରେ ଘର ଛାଡ଼ିଥିଲେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର ଅଣ୍ଡ୍ରାପାଲି ଓ ପଣସପୁଟ ଗାଁର ୬୦ଟି ପରିବାରର ସଦସ୍ୟମାନେ ।ଏହାପରେ ମାଲକାନଗିରି ଏସପି ମିତ୍ରଭାନୁ ମହାପତ୍ରଙ୍କୁ ଭେଟି ସୁରକ୍ଷା ଯୋଗାଇ ଦେବାକୁ ଅନୁରାଧ କରିଥିଲେ। ଏହାପରେ ଏସପି ସେମନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।