ମାଲକାନଗିରି:ଅପହରଣର ୩୬ ଘଣ୍ଟା ପରେ ବି ମିଳିନି ମହୁପଦର ଗାଁର ୭ ଜଣଙ୍କ ସନ୍ଧାନ

ମାଲକାନଗିରି: ମାଲକାନଗିରି ମହୁପଦର ଗାଁର ୭ ଜଣଙ୍କୁ ଲାଲବାହିନୀ ଅପହରଣ କରିବାର ୩୬ ଘଣ୍ଟା ପରେ ବି ସେମାନଙ୍କର ପତ୍ତା ମିଳିପାରିନି। ପୋଲିସ ଏହି ଘଟଣାରେ ତନାଘନା ଜାରି ରଖିଥିଲେ ବି ଏଯାଏଁ  ଅପହୃତଙ୍କ ସନ୍ଧାନ ମିଳିପାରି ନାହିଁ। ଏପଟେ ଅପହୃତଙ୍କ ଫେରିବା ନେଇ ସେମାନଙ୍କ ପରିବାର ଲୋକେ ଆଶା ଆଶଙ୍କା ଭିତରେ ରହିଛନ୍ତି। ବୁଧବାର ରାତିରେ ୪୦ରୁ ୫୦ ଜଣ ସଶସ୍ତ୍ର ମାଓବାଦୀ ଗାଁକୁ ଆସି ଏହି ଲୋକମାନଙ୍କୁ ଘରୁ ଡାକିନେଇଥିଲେ। ଅପହୃତଙ୍କ ମଧ୍ୟରେ ଜଣେ […]

malkangiri

malkangiri

Rakesh Mallick
  • Published: Friday, 17 July 2015
  • Updated: 17 July 2015, 02:07 AM IST

Sports

Latest News

ମାଲକାନଗିରି: ମାଲକାନଗିରି ମହୁପଦର ଗାଁର ୭ ଜଣଙ୍କୁ ଲାଲବାହିନୀ ଅପହରଣ କରିବାର ୩୬ ଘଣ୍ଟା ପରେ ବି ସେମାନଙ୍କର ପତ୍ତା ମିଳିପାରିନି। ପୋଲିସ ଏହି ଘଟଣାରେ ତନାଘନା ଜାରି ରଖିଥିଲେ ବି ଏଯାଏଁ  ଅପହୃତଙ୍କ ସନ୍ଧାନ ମିଳିପାରି ନାହିଁ। ଏପଟେ ଅପହୃତଙ୍କ ଫେରିବା ନେଇ ସେମାନଙ୍କ ପରିବାର ଲୋକେ ଆଶା ଆଶଙ୍କା ଭିତରେ ରହିଛନ୍ତି। ବୁଧବାର ରାତିରେ ୪୦ରୁ ୫୦ ଜଣ ସଶସ୍ତ୍ର ମାଓବାଦୀ ଗାଁକୁ ଆସି ଏହି ଲୋକମାନଙ୍କୁ ଘରୁ ଡାକିନେଇଥିଲେ। ଅପହୃତଙ୍କ ମଧ୍ୟରେ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ମଧ୍ୟ ଅଛନ୍ତି। କିଛି ଦିନ ଆଗରୁ ସ୍ଥାନୀୟ କର୍ତ୍ତନପାଲି ଗାଁରୁ ମାଓବାଦୀମାନେ ୧୧ ଜଣଙ୍କୁ ଅପହରଣ କରିନେଇଥିଲେ। ତିନି ଦିନ ପରେ ଏହି ଲୋକମାନଙ୍କୁ ଛାଡି ଥିଲେ ମାଓବାଦୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos