ସମସ୍ତଙ୍କ ଆଗରେ ଦେହରେ ହାତ ମାରୁଛନ୍ତି... ତେଲ ଘଷୁଛନ୍ତି...

ମାଲକାନଗିରି (ଓଡ଼ିଶା ରିପୋର୍ଟର): ବାବାଙ୍କ କଥା ପଡ଼ିଲେ ସାରଥୀ ଓ ସୁରଙ୍କ ନାଁ ଆସେ। ସେମାନଙ୍କ କାରନାମା ସମଗ୍ର ରାଜ୍ୟ ଦେଖିଛି। ସେଥିପାଇଁ ସେମାନେ ସେମାନଙ୍କ କଲା କର୍ମର ଫଳ ମଧ୍ୟ ଭୋଗୁଛନ୍ତି। ଜଣେ ଜେଲରୁ ବାହାରି ପୁଣି ପସରା ମେଲାଇଥିବା ବେଳେ ଆଉଜଣେ ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷ ମୁକ୍ତ ହେଉଛନ୍ତି। ସେ ମଧ୍ୟ ଜେଲରୁ ବାହାରି ପାରନ୍ତି। ଏବେ ଆଉ ଜଣେ ବାବାଙ୍କ ଚିକିତ୍ସା ପଦ୍ଧତିକୁ ନେଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ […]

malkangiri babas-treatment-style

Rakesh Mallick
  • Published: Thursday, 04 January 2018
  • , Updated: 04 January 2018, 05:56 PM IST

ମାଲକାନଗିରି (ଓଡ଼ିଶା ରିପୋର୍ଟର): ବାବାଙ୍କ କଥା ପଡ଼ିଲେ ସାରଥୀ ଓ ସୁରଙ୍କ ନାଁ ଆସେ। ସେମାନଙ୍କ କାରନାମା ସମଗ୍ର ରାଜ୍ୟ ଦେଖିଛି। ସେଥିପାଇଁ ସେମାନେ ସେମାନଙ୍କ କଲା କର୍ମର ଫଳ ମଧ୍ୟ ଭୋଗୁଛନ୍ତି। ଜଣେ ଜେଲରୁ ବାହାରି ପୁଣି ପସରା ମେଲାଇଥିବା ବେଳେ ଆଉଜଣେ ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷ ମୁକ୍ତ ହେଉଛନ୍ତି। ସେ ମଧ୍ୟ ଜେଲରୁ ବାହାରି ପାରନ୍ତି। ଏବେ ଆଉ ଜଣେ ବାବାଙ୍କ ଚିକିତ୍ସା ପଦ୍ଧତିକୁ ନେଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚା ଲାଗି ରହିଛି। ବାବାଙ୍କ ଦାବି ଅନୁସାରେ କ୍ୟାନସର, ଟିବି, ପାରାଲିସସ୍‌ ଓ ହାଡ ଭଙ୍ଗା ପରି ରୋଗକୁ ଭଲ କରିଦେଉଛନ୍ତି। ଏପରିକି ଭୁତ ଘଉଡାଇବା ପାଇଁ ଝଡ଼ାଫୁଙ୍କା କରୁଛନ୍ତି। ସେଥିପାଇଁ ତାଙ୍କ ପାଖକୁ ପ୍ରତିଦିନ ଦୂରଦୂରାନ୍ତରୁ ବହୁ ରୋଗୀ ଆସୁଛନ୍ତି। ମାତ୍ର ବାବାଙ୍କ ଏହି ଚିକିତ୍ସା ପ୍ରଣାଳୀକୁ ଭୁଲ ଦର୍ଶାଇ ସ୍ଥାନୀୟ ଯୁବକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି ଜିଲ୍ଲାପାଳ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏମ୍‌ଭି-୭୬ ଗ୍ରାମର ପ୍ରତିକ ବାବା। ରୋଗୀ ଚିକିତ୍ସା କରିବା ପାଇଁ କୌଣସି ଡିଗ୍ରୀ ହାସଲ କରିନାହାନ୍ତି। ମାତ୍ର ସେ ରୋଗୀ ଚିକିତ୍ସା କରୁଛନ୍ତି। ରୋଗୀ ଦେହରେ ତେଲ ମାଲିସ କରି ହାର୍ଟଆଟାକ୍‌, କିଡନି, ବ୍ଲଡ କ୍ୟାନସର, ଟିବି, ପାରାଲିସିସ୍, ହାଡଭଙ୍ଗା ଓ ଜ୍ୱର ପରି ରୋଗ ଭଲ କରିଦେଉଛନ୍ତି। ବିଶେଷ କରି ମହିଳାଙ୍କ ଅନେକ ରୋଗ ଭଲ କରୁଛନ୍ତି।

ବାବାଙ୍କ ଚିକିତ୍ସା ପ୍ରଣାଳୀ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଖୋଲା ପଡ଼ିଆରେ ଶହଶହ ଲୋକଙ୍କ ଉପସ୍ଥିତିରେ ବାବା ମହିଳା ଓ ଯୁବତୀଙ୍କ ସମ୍ପୂର୍ଣ୍ଣ ଶରୀର ସ୍ପର୍ଶ କରୁଥିବା ଅଭିଯୋଗ ହେଉଛି। ଜୀବନ ବିକଳରେ ରୋଗୀମାନେ ପାଟି ନଖୁଲି ଚୁପ୍‌ ରହୁଛନ୍ତି। ଚିକିତ୍ସା ବିଜ୍ଞାନରେ ଯାହା ଅସମ୍ଭବ ସେପରି ବଡବଡ ରୋଗକୁ ବାବା ଭଲ କରିଦେଉଥିବା ଦାବି କରିଛନ୍ତି।

ବାବା କୁହନ୍ତି-“ମୋ ପାଖରୁ ଟଙ୍କା ପଇସା ଲୁଟ୍‌ ହେବା ପରେ ମଶାଣିରେ ଧ୍ୟାନରେ ବସିଲି। ମା’ଙ୍କୁ ଅବଗତ କରାଇଲି। ମା’ ମୋତେ କହିଲେ କେବେ ଟଙ୍କା ମାଗିବୁ ନାହିଁ। ମୁଁ (ମା’) ତୋ ପାଖରେ ସବୁ ବେଳେ ରହିବି। ତା’ପରେ ମା’ ମୋତେ ତେଲ ଦେଇ କହିଥିଲେ। ଏହାକୁ ରୋଗୀଙ୍କ ଦେହରେ ମାରି ଭଲ କରୁଛି।ଏବେ ମଧ୍ୟ ମା’ ମୋ ପାଖରେ ରହିଛନ୍ତି।”

ବାବାଙ୍କର ଏହି କାରନାମାକୁ ନେଇ କିଛି ଶିକ୍ଷିତ ଯୁବକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲାପାଳ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଡିଏମଓ ନିଜେ ବାବାଙ୍କ ପାଖକୁ ଯାଇ ଘଟଣାର ତଦନ୍ତ କରୁଛନ୍ତି। ବାବାଙ୍କୁ କିଛି ସ୍ତାନିୟ ଲୋକେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ଅଜୟ କୁମାର ବୈତାରୁ କହିଛନ୍ତି-“ଘଟଣାର ତଦନ୍ତ କରିବା ପାଇଁ ସନ୍ଧ୍ୟା ୬ଟା ବେଳେ ଘଟଣା ସ୍ଥଳକୁ ଯାଇଥିଲି। ସେହି ସମୟରେ ୪୦୦ରୁ ୫୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ବାବା ନଡିଆ ତେଲ ଓ ସୋରିଷ ତେଲ ମିଶାଇ ରୋଗୀଙ୍କ ଶରୀରରେ ମସାଜ କରୁଛନ୍ତି। ଯାହାକି ମୋତେ ଠିକ୍‌ ଲାଗିଲା ନାହିଁ। ସେଥିପାଇଁ ମୁଁ ଏ ସମ୍ପର୍କରେ ଏମ.ଭି. ୭୯ ଥାନାରେ ଷ୍ଟେସନ୍‌ ଡାଏରୀ କରିଛି।”

Related story