ସରକାରୀ ଡାକ୍ତରଖାନାରେ ନିଜ ସ୍ତ୍ରୀଙ୍କ ପ୍ରସବ କରାଇଲେ ଜିଲ୍ଲାପାଳ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ସରକାରୀ ଡାକ୍ତରଖାନାରେ ନିଜ ସ୍ତ୍ରୀଙ୍କ ପ୍ରସବ କରାଇଲେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରଓ୍ୱାଲ। କିଛି ଦିନ ଧରି ଟିକ୍‌ ଟକ୍‌ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥିବା ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଚରିତ୍ରକୁ ସୁଧାରିବା ପାଇଁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଗତ ୪ ତାରିଖ ରଥଯାତ୍ରା ଦିନ ମାଲକାନଗିରି ଜିଲ୍ଲାପାଳ ନିଜ ସ୍ତ୍ରୀଙ୍କ ପ୍ରସବ ପାଇଁ ଜିଲ୍ଲା ସଦର ଚିକିତ୍ସାଳୟକୁ ବାଛିଥିଲେ। ପରେ ସେଠାରେ ଅସ୍ତ୍ରୋପଚାର କରାଯିବା ପରେ […]

collectior-1

Tapas Behera
  • Published: Saturday, 13 July 2019
  • , Updated: 13 July 2019, 05:50 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ସରକାରୀ ଡାକ୍ତରଖାନାରେ ନିଜ ସ୍ତ୍ରୀଙ୍କ ପ୍ରସବ କରାଇଲେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରଓ୍ୱାଲ। କିଛି ଦିନ ଧରି ଟିକ୍‌ ଟକ୍‌ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥିବା ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଚରିତ୍ରକୁ ସୁଧାରିବା ପାଇଁ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଗତ ୪ ତାରିଖ ରଥଯାତ୍ରା ଦିନ ମାଲକାନଗିରି ଜିଲ୍ଲାପାଳ ନିଜ ସ୍ତ୍ରୀଙ୍କ ପ୍ରସବ ପାଇଁ ଜିଲ୍ଲା ସଦର ଚିକିତ୍ସାଳୟକୁ ବାଛିଥିଲେ। ପରେ ସେଠାରେ ଅସ୍ତ୍ରୋପଚାର କରାଯିବା ପରେ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

Related story