ମାଲକାନଗିରି: ମହୁପଦର ଗାଁରୁ ପୁଣି ୨ ଗ୍ରାମବାସୀ ନିଖୋଜ

ମାଲକାନଗିରି: ମାଲକାନଗିରି ମହୁପଦର ଗାଁରୁ ନିଖୋଜ ଥିବା ୮ଜଣଙ୍କ ସଂପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧାନ ମିଳିନଥିବାବେଳେ ଆଉ ଦୁଇ ଜଣ ଗ୍ରାମବାସୀ ପୁଣି ନିଖୋଜ ଥିବା ଅଭିଯୋଗ ହୋଇଛି। ନିଖୋଜ ଦୁଇ ଜଣ ହେଲେ ଫରେଷ୍ଟ ଗାର୍ଡ ପିଣ୍ଟୁ ଦୁରୁଆ ଏବଂ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମଣ କୁମ୍ଭାର। ସେମାନଙ୍କ ପରିବାର ଲୋକଙ୍କ ଅଭିଯୋଗ ଗତ ରାତିରେ ପାଖାପାଖି ୩୦ଜଣ ସଶସ୍ତ୍ର ମାଓବାଦୀ ଗାଁକୁ ଆସି ଉଭୟଙ୍କୁ ବଳପୂର୍ବକ ନେଇଯାଇଥିଲେ। ସେପଟେ ପୂର୍ବରୁ ନିଖୋଜ ୮ଜଣଙ୍କ ସଂପର୍କରେ ପୋଲିସ […]

malkingiri

Rakesh Mallick
  • Published: Friday, 17 July 2015
  • , Updated: 17 July 2015, 09:48 AM IST

ମାଲକାନଗିରି: ମାଲକାନଗିରି ମହୁପଦର ଗାଁରୁ ନିଖୋଜ ଥିବା ୮ଜଣଙ୍କ ସଂପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧାନ ମିଳିନଥିବାବେଳେ ଆଉ ଦୁଇ ଜଣ ଗ୍ରାମବାସୀ ପୁଣି ନିଖୋଜ ଥିବା ଅଭିଯୋଗ ହୋଇଛି। ନିଖୋଜ ଦୁଇ ଜଣ ହେଲେ ଫରେଷ୍ଟ ଗାର୍ଡ ପିଣ୍ଟୁ ଦୁରୁଆ ଏବଂ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମଣ କୁମ୍ଭାର। ସେମାନଙ୍କ ପରିବାର ଲୋକଙ୍କ ଅଭିଯୋଗ ଗତ ରାତିରେ ପାଖାପାଖି ୩୦ଜଣ ସଶସ୍ତ୍ର ମାଓବାଦୀ ଗାଁକୁ ଆସି ଉଭୟଙ୍କୁ ବଳପୂର୍ବକ ନେଇଯାଇଥିଲେ। ସେପଟେ ପୂର୍ବରୁ ନିଖୋଜ ୮ଜଣଙ୍କ ସଂପର୍କରେ ପୋଲିସ ତନାଘନା ଜାରି ରଖିଛି। ବୁଧବାର ରାତିରୁ ଏହି ୮ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ଥିବା ଜଣାପଡ଼ିଛି।

Related story