ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ୧୯ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଖଟୁଆପଦର ଗାଁର ୧୯ ଜଣ ମାଓ ସମର୍ଥକ ଆଜି ଆତ୍ମସମର୍ପଣ କରିଛନ୍ତି। ସେମାନେ ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଏହି ୧୯ ଜଣଙ୍କ ମଧ୍ୟରେ ଅଛନ୍ତି ୫ ଜଣ ମିଲିସିଆ, ୩ ଜଣ ଗ୍ରାମ୍ୟ କମିଟି ସଦସ୍ୟ ଓ ୨ ଜଣ ଜନନାଟ୍ୟ ମଣ୍ଡଳୀ ସଦସ୍ୟ। ଏମାନେ ସମସ୍ତେ ଦରଭା ଡିଭିଜନ୍‌ ମାଓ ସଂଗଠନର ସଦସ୍ୟ ଥିଲେ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା […]

mao-supporters

Rakesh Mallick
  • Published: Saturday, 12 March 2016
  • , Updated: 12 March 2016, 11:44 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଖଟୁଆପଦର ଗାଁର ୧୯ ଜଣ ମାଓ ସମର୍ଥକ ଆଜି ଆତ୍ମସମର୍ପଣ କରିଛନ୍ତି। ସେମାନେ ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଏହି ୧୯ ଜଣଙ୍କ ମଧ୍ୟରେ ଅଛନ୍ତି ୫ ଜଣ ମିଲିସିଆ, ୩ ଜଣ ଗ୍ରାମ୍ୟ କମିଟି ସଦସ୍ୟ ଓ ୨ ଜଣ ଜନନାଟ୍ୟ ମଣ୍ଡଳୀ ସଦସ୍ୟ। ଏମାନେ ସମସ୍ତେ ଦରଭା ଡିଭିଜନ୍‌ ମାଓ ସଂଗଠନର ସଦସ୍ୟ ଥିଲେ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିଲା।

ମାଲକାନଗିରି ଏସ୍‌ଡିପିଓ ମାଡ଼କର ସନ୍ଦୀପ ସମ୍ପଦ କହିଛନ୍ତି,“ସମାଜର ମୁଖ୍ୟସ୍ରୋତକୁ ଫେରି ଆସିଥିବା ଏହି ୧୯ ଜଣ ମାଓ ସମର୍ଥକଙ୍କୁ ଆମେ ସ୍ୱାଗତ କରୁଛୁ। ଏମାନଙ୍କୁ ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ।”

ଏହା ସହିତ ଖଟୁଆପଦର ଆଖପାଖ ଗାଁରେ ରହିଥିବା ମାଓ ସମର୍ଥକମାନଙ୍କୁ ହିଂସାର ପଥର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଲକାନଗିରି ଏସ୍‌ଡିପିଓ ଆହ୍ୱାନ ଦେଇଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ୧୯ ଜଣ ମାଓ ସମର୍ଥକ ମାଲକାନଗରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅତିରିକ୍ତ ଏସ୍‌ପିଙ୍କ ନିକଟରେ ସୁଶାନ୍ତି ଓରଫ ମୁଲି ମୁଣ୍ଡା ନାମକ ଜଣେ ମହିଳା କ୍ୟାଡର୍‌ ମାଓବାଦୀ ଆତ୍ମସମର୍ପଣ କରିଥିଲା।

ଏହା ପୂର୍ବରୁ ମାର୍ଚ୍ଚ ୫ ତାରିଖରେ ମାଲକାନଗିରି ଏସ୍‌ପିଙ୍କ ନିକଟରେ ୧୪୦ରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ।  ଏମାନେ ସମସ୍ତେ ପୁଜାରୀପୁଟ, ଟେ’ ମୁରୁପାଲି ଓ କୁକୁରକୁଣ୍ଡ ଗାଁର ଥିଲେ। ଏମାନଙ୍କ ଆତ୍ମସମର୍ପଣ ମାଓବାଦୀଙ୍କ ଦରଭା ଡିଭିଜନଙ୍କୁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି। ଗତ ୪ ମାସ ମଧ୍ୟରେ ପୋଲିସ୍ ନିକଟରେ କାଲିମେଳା ଅଞ୍ଚଳରୁ ହଜାରେରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରି ସାରିଲେଣି।

Related story