ପୋଲିସ ବିରୋଧରେ ମେଳି; ଏକାଠି ହେଲେ ୩୦ ଗାଁର ଆଦିବାସୀ

Ordigital Desk
  • Published: Friday, 09 June 2017
  • , Updated: 09 June 2017, 06:41 PM IST
<p>[vc_video link=&quot;&quot; align=&quot;center&quot;]</p> <p>ମାଲକାନଗିରି: ପୋଲିସ ବିରୋଧରେ ଆଦିବାସୀ ମେଳି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲ୍ଲାର ପପଲୁରୁରରେ ହୋଇଥିବା ଏଇ ମେଳିରେ ୩୦ ଗାଁର ଆଦିବାସୀ ଏକାଠି ହୋଇଥିଲେ।&nbsp; ଶୋଭାଯାତ୍ରରେ ସ୍ଲୋଗାନ ଦେଇ ମାଓନେତା ଚିନ୍ନାବାଇ ଏନକାଉଣ୍ଟରର ପ୍ରତିବାଦ କରିଥିଲେ। ପୋଲିସ ତାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।</p> <p>ଗତ ୩ ତାରିଖରେ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା ମାଓବାଦୀ ଚିନ୍ନାବାଇ। ତେବେ ଏହା ଏକ ମିଥ୍ୟା ଏନକାଉଣ୍ଟର ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ଚିନ୍ନାବାଇକୁ ଡାକି ନେଇ ପୋଲିସ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏଇ ମେଳିରେ ଆଦିବାସୀ ନେତାଙ୍କ ସହ ମାଓ ସମର୍ଥକ ବି ସାମିଲ ହୋଇଥିଲେ।</p> <p>ଅନ୍ୟପକ୍ଷରେ ପୋଲିସ କହିଛି ଚିନ୍ନାବାଇ ମାଓନେତା ଥିଲା। ତା ନାଁରେ ୧୨ରୁ ଅଧିକ ମାମଲା ମଧ୍ୟ ରହିଥିଲା। ବିଭିନ୍ନ ସମୟରେ ଗିରଫ ହୋଇ ସେ ମାଲକାନଗିରି ଓ କୋରାପୁଟ ଜେଲରେ ରହିଥିଲା।</p>

Related story