୧୧୩ ଜଣ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ଆଜି ପୁଣି ୧୧୩ ଜଣ ମାଓ ସମର୍ଥକ ମାଲକାନଗିରି ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ସମସ୍ତେ କାଲିମେଳା ଥାନା ଅନ୍ତର୍ଗତ ଇଦିକୋଣ୍ଡା ଗାଁର। ସେମାନଙ୍କ ମଧ୍ୟରୁ ୨୯ ଜଣ ମିଲିସିଆ ଓ ୧୧ ଜଣ ଗ୍ରାମ୍ୟ କମିଟି ସଭ୍ୟ ଅଛନ୍ତି। ମାଓବାଦୀଙ୍କୁ ଆଉ ସେମାନେ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓ ସମର୍ଥକମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବାରୁ ଏସ୍‌ପି ସେମାନଙ୍କୁ ସ୍ୱାଗତ କରିଛନ୍ତି। ମାଲକାନଗିରି ଏସ୍‌ପି ମିତ୍ରଭାନୁ […]

malkangere

Rakesh Mallick
  • Published: Wednesday, 30 November 2016
  • , Updated: 30 November 2016, 05:28 PM IST

ମାଲକାନଗିରି: ଆଜି ପୁଣି ୧୧୩ ଜଣ ମାଓ ସମର୍ଥକ ମାଲକାନଗିରି ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ସମସ୍ତେ କାଲିମେଳା ଥାନା ଅନ୍ତର୍ଗତ ଇଦିକୋଣ୍ଡା ଗାଁର। ସେମାନଙ୍କ ମଧ୍ୟରୁ ୨୯ ଜଣ ମିଲିସିଆ ଓ ୧୧ ଜଣ ଗ୍ରାମ୍ୟ କମିଟି ସଭ୍ୟ ଅଛନ୍ତି। ମାଓବାଦୀଙ୍କୁ ଆଉ ସେମାନେ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓ ସମର୍ଥକମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବାରୁ ଏସ୍‌ପି ସେମାନଙ୍କୁ ସ୍ୱାଗତ କରିଛନ୍ତି।

ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ସରକାରଙ୍କ ଆତ୍ମସମର୍ପଣ ନିୟମ ଅନୁଯାୟୀ ଏହି ମାଓ ସମର୍ଥକଙ୍କୁ ଥଇଥାନ କରାଯିବ। ଏହାଛଡ଼ା ସେହି ଅଞ୍ଚଳରେ ହୋଇପାରି ନ ଥିବା ଉନ୍ନୟନ କାମ କରାଯିବ।”

Related story