ମାଲକାନଗିରି: ରାସ୍ତା କଡ଼ରେ ପୁଣି ଜଣେ ମହିଳାଙ୍କ ସନ୍ତାନ ପ୍ରସବ

ମାଲକାନଗିରି: ରାଜ୍ୟର ପୁଣି ଜଣେ ମହିଳା ରାସ୍ତାରେ ସନ୍ତାନ ପ୍ରସବ କରିଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଆଜି ଏଭଳି ଏକ ଘଟଣା ଘଟିଛି। କୋରକୋଣ୍ଡା ବ୍ଲକ ଦୋରାଗୁଡା ପଞ୍ଚାୟତର ନାଗାମା ଖିଲ ଆଜି ଚିତ୍ରକୋଣ୍ଡା ସାପ୍ତାହିକ ହାଟକୁ ଆସିଥିଲେ। ତେବେ ଘରକୁ ଫେରିବା ବେଳେ ସରକାରୀ କଲୋନୀ ରାସ୍ତା କଡରେ ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫେ।ନ କରିଥିଲେ। ତେବେ ଯନ୍ତ୍ରଣା ଅଧିକ ହେବାରୁ ନିକଟରେ ଥିବା ଜଣେ ଏଏନ୍ଏମଙ୍କ […]

malkangiri1

Rakesh Mallick
  • Published: Sunday, 22 November 2015
  • , Updated: 23 November 2015, 03:32 AM IST

ମାଲକାନଗିରି: ରାଜ୍ୟର ପୁଣି ଜଣେ ମହିଳା ରାସ୍ତାରେ ସନ୍ତାନ ପ୍ରସବ କରିଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଆଜି ଏଭଳି ଏକ ଘଟଣା ଘଟିଛି। କୋରକୋଣ୍ଡା ବ୍ଲକ ଦୋରାଗୁଡା ପଞ୍ଚାୟତର ନାଗାମା ଖିଲ ଆଜି ଚିତ୍ରକୋଣ୍ଡା ସାପ୍ତାହିକ ହାଟକୁ ଆସିଥିଲେ। ତେବେ ଘରକୁ ଫେରିବା ବେଳେ ସରକାରୀ କଲୋନୀ ରାସ୍ତା କଡରେ ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫେ।ନ କରିଥିଲେ। ତେବେ ଯନ୍ତ୍ରଣା ଅଧିକ ହେବାରୁ ନିକଟରେ ଥିବା ଜଣେ ଏଏନ୍ଏମଙ୍କ ସହାୟତାରେ ରାସ୍ତାକଡରେ ତାଙ୍କର ପ୍ରସବ କରାଯାଇଥିଲା ଓ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ମା’ ଓ ନବଜାତକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ଡାକ୍ତରଖାନା ନିଆଯାଇଥିଲା। ଉଭୟେ ସୁସ୍ଥ ଥିବା ଜଣାପଡିଛି। ଗତ ମାସ ୨୮ ତାରିଖରେ ଜିଲ୍ଲାର କାଲିମେଳା ବ୍ଲକରେ ଆମ୍ବୁଲାନ୍ସ ନ ଆସିବାରୁ ଜଣେ ମହିଳା ରାସ୍ତାକଡରେ ପିଲା ଜନ୍ମ କରିଥିଲେ। ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।

Related story