ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣ, ୩ ଯବାନ୍ ଆହତ, ବିଜାପୁରରେ ୩ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା କୋଣ୍ଡାପଡ଼ାରେ ଶନିବାର ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣ ହୋଇଛି।  ବିସ୍ଫୋରଣରେ  ତିନିଜଣ  ସିଆରପିଏଫ୍ ଯବାନ୍ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ  ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ବିଜାପୁର ସେଣ୍ଡ୍ରାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ ବେଳେ ୩ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମାଓବାଦୀମାନେ ଆମ୍ୱୁସ୍ ଲାଗାଇ ସୁରକ୍ଷାକର୍ମୀଙ୍କ ଯିବା ବାଟକୁ ଜଗି ରହିଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ୍ ୩ ମାଓବାଦୀଙ୍କ ମୃହଦେହ […]

mao

Rakesh Mallick
  • Published: Saturday, 13 February 2016
  • , Updated: 13 February 2016, 08:56 AM IST

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା କୋଣ୍ଡାପଡ଼ାରେ ଶନିବାର ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣ ହୋଇଛି।  ବିସ୍ଫୋରଣରେ  ତିନିଜଣ  ସିଆରପିଏଫ୍ ଯବାନ୍ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ  ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ବିଜାପୁର ସେଣ୍ଡ୍ରାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ ବେଳେ ୩ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମାଓବାଦୀମାନେ ଆମ୍ୱୁସ୍ ଲାଗାଇ ସୁରକ୍ଷାକର୍ମୀଙ୍କ ଯିବା ବାଟକୁ ଜଗି ରହିଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ୍ ୩ ମାଓବାଦୀଙ୍କ ମୃହଦେହ ଉଦ୍ଧାର କରିବା ସହ ବହୁ ମାଓ ସାମଗ୍ରୀ ଜବତ କରିଛି।

Related story