ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ସୁରକ୍ଷାକର୍ମୀ ଆହତ

ମାଲକାନଗିରି: ପିଏଲଜିଏ ସପ୍ତାହ ପାଳନର ପ୍ରଥମ ଦିନରେ ମାଓ ହିଂସା ଦେଖିବାକୁ ମିଳିଛି। ମାଓବାଦୀମାନେ ଛତିଶଗଡ଼ କାଙ୍କେର ଜିଲ୍ଲାର ଆଣ୍ଟାଗଡ଼ରେ ସୁରକ୍ଷାକର୍ମୀଙ୍କୁ ଟାଗେର୍ଟ କରି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ଏଥିରେ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସିଆରପିଏଫ୍ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ କମ୍ୱିଂ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ମାଲକାନଗିରି ସୀମାରୁ ପ୍ରାୟ ୨ ଶହ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛି। ସୁକମା ଚିନ୍ତେଲନାଡା ଥାନା ଉପରେ ମଙ୍ଗଳବାର ରାତିରେ ମାଓବାଦୀ ଆକ୍ରମଣ […]

naxal-

Rakesh Mallick
  • Published: Wednesday, 02 December 2015
  • , Updated: 03 December 2015, 04:05 AM IST

ମାଲକାନଗିରି: ପିଏଲଜିଏ ସପ୍ତାହ ପାଳନର ପ୍ରଥମ ଦିନରେ ମାଓ ହିଂସା ଦେଖିବାକୁ ମିଳିଛି। ମାଓବାଦୀମାନେ ଛତିଶଗଡ଼ କାଙ୍କେର ଜିଲ୍ଲାର ଆଣ୍ଟାଗଡ଼ରେ ସୁରକ୍ଷାକର୍ମୀଙ୍କୁ ଟାଗେର୍ଟ କରି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ଏଥିରେ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସିଆରପିଏଫ୍ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ କମ୍ୱିଂ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ମାଲକାନଗିରି ସୀମାରୁ ପ୍ରାୟ ୨ ଶହ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛି।

ସୁକମା ଚିନ୍ତେଲନାଡା ଥାନା ଉପରେ ମଙ୍ଗଳବାର ରାତିରେ ମାଓବାଦୀ ଆକ୍ରମଣ କରିଥିବା ସୂଚନା ମିଳିଛି। ଥାନା ଉପରକୁ ମାଓବାଦୀ ଗୁଳିଚାଳନା କରିଥିଲେ। ତେବେ ଏଥିରେ କ୍ଷୟକ୍ଷତିର ସୂଚନା ମିଳିନାହିଁ।

 

 

Related story