ମମିତାଙ୍କ ପୋଡ଼ା ହାଡ଼ର ଡିଏନ୍‌ଏ ତାଙ୍କ ମା’ ଓ ବାପାଙ୍କ ଡିଏନ୍‌ଏ ସହ ମେଳ ଖାଉଛି: ଆଇଜି

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପୁଲିସ ଦ୍ୱାରା ଜବତ ମମିତା ମେହେରଙ୍କ ପୋଡ଼ା ହାଡ଼ର ଡିଏନ୍‌ଏ ତାଙ୍କ ବାପା ସୁଚେନ୍ଦ୍ର ମେହେର ଓ ମା’ ତୁଳସୀ ମେହେରଙ୍କ ଡିଏନ୍‌ଏ ସହ ମେଳ ଖାଉଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଏହି ସୂଚନା ଦେଇଛନ୍ତି। ଆଇଜି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ କ୍ରାଇମ୍‌ ରିକ୍ରିଏସନ୍‌ ବେଳେ ଦେଖାଇଥିବା ସ୍ଥାନରୁ ଦେହାବଶେଷ ବାହାର କରାଯାଇଥିବା ବେଳେ ପୋଡ଼ା ହାଡ଼କୁ ପରୀକ୍ଷା ନିମନ୍ତେ ରାଜ୍ୟ ଫରେନ୍‌ସିକ୍ ସାଇନ୍ସ ଲ୍ୟାବ୍ (ଏସ୍‌ଏଫ୍‌ଏସ୍‌ଏଲ)କୁ […]

IG

  • Published: Wednesday, 21 December 2022
  • , Updated: 21 December 2022, 02:24 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପୁଲିସ ଦ୍ୱାରା ଜବତ ମମିତା ମେହେରଙ୍କ ପୋଡ଼ା ହାଡ଼ର ଡିଏନ୍‌ଏ ତାଙ୍କ ବାପା ସୁଚେନ୍ଦ୍ର ମେହେର ଓ ମା’ ତୁଳସୀ ମେହେରଙ୍କ ଡିଏନ୍‌ଏ ସହ ମେଳ ଖାଉଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଏହି ସୂଚନା ଦେଇଛନ୍ତି।

ଆଇଜି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ କ୍ରାଇମ୍‌ ରିକ୍ରିଏସନ୍‌ ବେଳେ ଦେଖାଇଥିବା ସ୍ଥାନରୁ ଦେହାବଶେଷ ବାହାର କରାଯାଇଥିବା ବେଳେ ପୋଡ଼ା ହାଡ଼କୁ ପରୀକ୍ଷା ନିମନ୍ତେ ରାଜ୍ୟ ଫରେନ୍‌ସିକ୍ ସାଇନ୍ସ ଲ୍ୟାବ୍ (ଏସ୍‌ଏଫ୍‌ଏସ୍‌ଏଲ)କୁ ପଠାଯାଇଥିଲା। ସେଠାରେ ଦୁଇ ପ୍ରକାର ଟେଷ୍ଟ କରାଯାଇଥାଏ। ଏଥିମଧ୍ୟରୁ ନ୍ୟୁକ୍ଲିୟର ଡିଏନ୍‌ଏ ପରୀକ୍ଷାରୁ ଜବତ ପୋଡ଼ା ହାଡ଼ର ଡିଏନ୍‌ଏ ମମିତାଙ୍କ ବାପା ଓ ମା’ଙ୍କ ଡିଏନ୍‌ଏ ସହ ମେଳ ଖାଇଥିଲା। ଡିଏନ୍‌ଏ ଟେଷ୍ଟ ବେଳେ ବିଶେଷ ଭାବେ ନ୍ୟୁକ୍ଲିୟର ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଉପରେ ହିଁ ଗୁରୁତ୍ୱ ଦିଆଯାଇଥାଏ। ଏମ୍‌ଟିଡିଏନ୍‌ଏ ଟେଷ୍ଟରୁ ମା’ଙ୍କ ଡିଏନ୍‌ଏ ସହ ପୋଡ଼ା ହାଡ଼ର ଡିଏନ୍‌ଏ ବହୁତ ମେଳ ଖାଇଥିଲା।

ମଲଟିକଣ୍ଡୋନିଆଲ ଡିଏନ୍‌ଏ ପରୀକ୍ଷା ରାଜ୍ୟରେ ହୋଇପାରୁ ନ ଥିବାରୁ ସିଡିଏଫଡି ହାଇଦ୍ରାବାଦ୍‌କୁ ଯେଉଁ ପୋଡ଼ା ହାଡ ପରୀକ୍ଷା ନିମନ୍ତେ ପଠାଯାଇଥିଲା, ସେଥିରେ କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିଲା। ହାଡ଼ ବହୁତ ପୋଡ଼ି ଯାଇଥିବାରୁ ସିଡିଏଫ୍‌ଡି ନ୍ୟୁକ୍ଲିୟର ଡିଏନ୍‌ଏକୁ ବାହାର କରିପାରିଲାନି। ମାତ୍ର ରାଜ୍ୟ ଫରେନ୍‌ସିକ୍ ସାଇନ୍ସ ଲ୍ୟାବ୍(ଏସ୍‌ଏଫ୍‌ଏସ୍‌ଏଲ) ଡିଏନ୍‌ଏ ପରୀକ୍ଷାରେ ରିପୋର୍ଟ ସ୍ପଷ୍ଟ ଆସିଥିବାରୁ ଏଥିରେ ଆଉ କୌଣସି ବିବାଦ ନାହିଁ। ମମିତା ମେହେର ହତ୍ୟା ଘଟଣାର ତଦନ୍ତ ପୁଲିସ ଜଣେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରିଥିବାରୁ କୌଣସି ଦିଗକୁ ଏହି ମାମଲାକୁ ବାଦ୍ ଦିଆଯାଇନି ବୋଲି ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର କହିଛନ୍ତି।

ଗୋବିନ୍ଦଙ୍କ ପକେଟରୁ ଏକ କାଗଜ ମିଳିଥିବା ବେଳେ ସେଥିରେ କ’ଣ ଲେଖାଅଛି ବୋଲି ପଚରାଯିବାରୁ ଆଇଜି କହିଥିଲେ, ମାମଲା କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ହୋଇସାରିଛି।

ସୂଚନା ଥାଉକି, ମମିତା ମେହେର ହତ୍ୟା ମାମଲାରେ ଜେଲ୍‌ରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଅଲୋଚନାର ବିଷୟ ହୋଇଥିବା ବେଳେ ଅନ୍ୟପଟେ ଡିଏନ୍‌ଏ ରିପୋର୍ଟ ନେଇ ଗୋବିନ୍ଦ ଓକିଲ ଦେଇଥିବା ମତ ବିବାଦ ସୃଷ୍ଟି କରିଥିଲା। ମମିତାଙ୍କ ଡିଏନ୍‌ଏ ରିପୋର୍ଟ ତାଙ୍କ ବାପା, ମା’ଙ୍କ ସହ ମେଳ ଖାଉ ନ ଥିବା ସେ କହିଥିଲେ, ଯାହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା।

ଗୋବିନ୍ଦଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖି ମମିତାଙ୍କ ବଡ଼ବାପା କୌଶିକ ମେହେର କହିଛନ୍ତି, ପୁଲିସ ଓ କୋର୍ଟ ତାଙ୍କ କାମ କରୁଥିଲେ। ଗୋବିନ୍ଦ ନିଶ୍ଚିତ ଫାଶି ପାଇଥା’ନ୍ତେ। ଏବେ ପ୍ରମାଣିତ ହେଲା ଯେ ସେ ଦୋଷୀ। ସେଥିପାଇଁ ନିଜେ ଫାଶିଖୁଣ୍ଟରେ ଝୁଲି ପଡ଼ିଲା। କାଲି ମମିତାର ଜନ୍ମଦିନ ଅଛି। ଜନ୍ମଦିନ ପୂର୍ବରୁ ଗୋବିନ୍ଦର ମୃତ୍ୟୁ ଆମ ପରିବାରକୁ ଗିଫ୍ଟ ବୋଲି କୌଶିକ କହିଛନ୍ତି।

Related story