ଗୋବିନ୍ଦ ସାହୁ ରହସ୍ୟଜନକ ମୃତ୍ୟୁ: ଭାବମୂର୍ତ୍ତି ରକ୍ଷା ପାଇଁ ତାଳିପକା ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତଦେହ ଆଜି ରହସ୍ୟଜନକ ଭାବେ କଂଟାବାଞ୍ଜି ସବ୍ ଜେଲସ୍ଥିତ ରୋଷେଇ ଘରୁ ପଛପଟୁ ଜବତ ହେବା ପରେ ପ୍ରଶାସନିକସ୍ତରରେ ତତ୍ପରତା ହିଁ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି। ମାନବାଧିକାର କମିଶନ ନିଜଆଡ଼ୁ ମାମଲା ରୁଜୁ କରି ପୁଲିସକୁ ରିପୋର୍ଟ ତଲବ କରିବାଠୁ ଆରମ୍ଭ କରି କ୍ରାଇମବ୍ରାଂଚ ତଦନ୍ତ, ଜେଲ୍ ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କ ନିଲମ୍ବନ ସହ ଫୋରେନ୍ସିକ […]

Gobinda-Sahu-1

Ordigital Desk
  • Published: Tuesday, 20 December 2022
  • , Updated: 20 December 2022, 10:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତଦେହ ଆଜି ରହସ୍ୟଜନକ ଭାବେ କଂଟାବାଞ୍ଜି ସବ୍ ଜେଲସ୍ଥିତ ରୋଷେଇ ଘରୁ ପଛପଟୁ ଜବତ ହେବା ପରେ ପ୍ରଶାସନିକସ୍ତରରେ ତତ୍ପରତା ହିଁ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି। ମାନବାଧିକାର କମିଶନ ନିଜଆଡ଼ୁ ମାମଲା ରୁଜୁ କରି ପୁଲିସକୁ ରିପୋର୍ଟ ତଲବ କରିବାଠୁ ଆରମ୍ଭ କରି କ୍ରାଇମବ୍ରାଂଚ ତଦନ୍ତ, ଜେଲ୍ ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କ ନିଲମ୍ବନ ସହ ଫୋରେନ୍ସିକ ଟେଷ୍ଟ ଆଦି ପଦକ୍ଷେପ ପ୍ରଶାସନିକ ସକ୍ରିୟତାକୁ ଦର୍ଶାଉଥିବାବେଳେ ‘କ୍ରାଇମବ୍ରାଂଚ ତଦନ୍ତ’ କେବଳ ଧର୍ମକୁ ଆଖିଠାର ସଦୃଶ ବୋଲି ସାଧାରଣରେ ଚର୍ଚ୍ଚା ।

ସୂଚନା ଅନୁସାରେ, ମମିତା ମେହେର ହତ୍ୟା ମାମଲାର ଶୁଣାଣି ଗତ ସେପ୍ଟେମ୍ବର ୮ରୁ କଂଟାବାଞ୍ଜିସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟରେ ଆରମ୍ଭ ହୋଇଛି । ଆଜି ଗୋବିନ୍ଦ ସାହୁଙ୍କୁ କୋର୍ଟରେ ହାଜର କରାଯିବାର କାର୍ଯ୍ୟକ୍ରମ ଥିଲା । ଗୋବିନ୍ଦଙ୍କୁ କୋର୍ଟକୁ ନେବା ପାଇଁ ପୁଲିସ ଗାଡ଼ି ଆସି ଜେଲ ଗେଟରେ ପହଂଚିବା ପରେ ଜେଲ୍ କର୍ମଚାରୀମାନେ ଗୋବିନ୍ଦଙ୍କୁ ଖୋଜିବା ଆରମ୍ଭ କରିଥିଲେ ଓ ତାଙ୍କର ମୃତଦେହ ପାଇଥିଲେ । ଗୋବିନ୍ଦଙ୍କ ମୃତ୍ୟୁ ସକାଳୁ ହୋଇଥିଲେ ବି ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ତାଙ୍କୁ କିଭଳି ଜେଲ୍ କର୍ମଚାରୀମାନେ ଖୋଜି ନଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏପଟେ ଗୋବିନ୍ଦଙ୍କ ମୃତ୍ୟୁ ଖବର ଟିଭିରେ ପ୍ରସାରଣ ହେବା ପରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ମାମଲା ରୁଜୁ କରି ଜେଲ୍ ବିଭାଗର ସ୍ୱତନ୍ତ୍ର ଡିଜି, ବଲାଙ୍ଗିର ଜିଲ୍ଲା ଏସପିଙ୍କୁ ନୋଟିସ ପଠାଇ ୧୫ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଏହାସହିତ ପରବର୍ତ୍ତୀ ଜାନୁୟାରୀ ୧୦ରେ କରିବେ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି ।

ସେହିପରି ଗୋବିନ୍ଦଙ୍କ ମୃତ୍ୟୁ ଘଟଣା ଜଣାପଡ଼ିବା ପରେ ସମ୍ବଲପୁରରୁ ଫୋରେନ୍ସିକ ଟିମକୁ କଂଟାବାଞ୍ଜି ପଠାଯାଇ ତଥ୍ୟପ୍ରମାଣ ସଂଗ୍ରହ କରାଯାଇଥିବାବେଳେ ଅପରାହ୍ନ ୨ଟା ନହେଉଣୁ ପୁଲିସ ଡିଜି ସୁନୀଲ ବଂଶଲ ଜେଲରେ ଗୋବିନ୍ଦଙ୍କ ମୃତ୍ୟୁର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଜଣେ ଡିଏସପିଙ୍କ ନେତୃତ୍ୱରେ ୮ଜଣିଆ ଟିମ୍ ମଧ୍ୟ ତଦନ୍ତ କରିବ ବୋଲି ଜଣାପଡ଼ିଛି । ମୃତ୍ୟୁ ଘଟଣାକୁ ୫ ଘଂଟା ନପୁରୁଣୁ କଂଟାବାଞ୍ଜି ଜେଲ୍ ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଜେଲ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ନିଜ ସ୍ୱାମୀଙ୍କୁ ସୁଚିନ୍ତିତ ଢଙ୍ଗରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣି ଗୋବିନ୍ଦଙ୍କ ପତ୍ନୀ ସୁଷମା କଳାହାଣ୍ଡିର କେଗାଁ ଥାନାରେ ଏତଲା ଦାଏର କରିଛନ୍ତି । ସୁଷମା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ପୁଲିସ କିମ୍ବା ଜେଲ୍ ପକ୍ଷରୁ ତାଙ୍କୁ ଅବଗତ କରାଯାଇ ନଥିଲା । ସେ ଗଣମାଧ୍ୟମରୁ ଏହି ଖବର ଜାଣିବାକୁ ପାଇଥିଲେ । ଗତକାଲି ତାଙ୍କ ସ୍ୱାମୀ ତାଙ୍କ ସହ କଥା ହୋଇ ଭଲମନ୍ଦ ପଚାରିଥିଲେ । ସେ ମାନସିକସ୍ତରରେ ବେଶ୍ ଦୃଢ଼ । ବର୍ଷକ ପର୍ଯ୍ୟନ୍ତ ମଲେନି, ଆଜି ତାଙ୍କର ବେଲ୍ ମିଳିବାର ଥିବାବେଳେ କିଭଳି ଆତ୍ମହତ୍ୟା କରିଦେଲେ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଯେଉଁ କଂଟାବାଞ୍ଜି ସବ ଜେଲ ଭିତରେ ରହୁଥିଲେ ସେଠାରେ ମୋଟ ୭୧ଜଣ କଏଦୀ ରହୁଛନ୍ତି ଓ ସେମାନଙ୍କ ସୁରକ୍ଷାରେ ୱାର୍ଡରଙ୍କୁ ମିଶାଇ ମୋଟ ୬ଜଣ କର୍ମଚାରୀ ଥିବା ଜଣାପଡ଼ିଛି । ଆଉ ଏହା ହିଁ ପରୋକ୍ଷରେ ଜେଲ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related story