ଚାକିରି ନାଁରେ ୧୦ ଲକ୍ଷ ଟଙ୍କା ଠକିନେଲେ!

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ବିଦେଶରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷ ଠକେଇ ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି। ଆଳି, ରାଜକନିକା ଓ ରାଜନଗର ଅଞ୍ଚଳର ଯୁବକ ମାନଙ୍କୁ କୁଏତରେ ଚାକିରି କରାଇଦେବା କହି ଜଣେ ବ୍ୟକ୍ତି ୧୦ ଲକ୍ଷ ଠକି ନେଇଥିବା ରାଜକନିକା ଥାନାରେ ଅଭିଯୋଗ ହୋଇଛି। ରାଜକନିକା ଅଞ୍ଚଳର ବିଶ୍ୱଜିତ ସ୍ୱାଇଁଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ସେ ୧୨ଜଣ ଯୁବକଙ୍କଠାରୁ କୁଆଡ଼େ ୬୦ ହଜାର ଟଙ୍କା ଲେଖାଏ ନେଇଛନ୍ତି। ଏହାପରେ […]

kendrapada

Manoranjan Sial
  • Published: Friday, 01 February 2019
  • , Updated: 02 February 2019, 07:46 AM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ବିଦେଶରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷ ଠକେଇ ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି। ଆଳି, ରାଜକନିକା ଓ ରାଜନଗର ଅଞ୍ଚଳର ଯୁବକ ମାନଙ୍କୁ କୁଏତରେ ଚାକିରି କରାଇଦେବା କହି ଜଣେ ବ୍ୟକ୍ତି ୧୦ ଲକ୍ଷ ଠକି ନେଇଥିବା ରାଜକନିକା ଥାନାରେ ଅଭିଯୋଗ ହୋଇଛି।

ରାଜକନିକା ଅଞ୍ଚଳର ବିଶ୍ୱଜିତ ସ୍ୱାଇଁଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ସେ ୧୨ଜଣ ଯୁବକଙ୍କଠାରୁ କୁଆଡ଼େ ୬୦ ହଜାର ଟଙ୍କା ଲେଖାଏ ନେଇଛନ୍ତି। ଏହାପରେ କୁଏତ ଯିବା ପାଇଁ ଭିସା, ପାସପୋର୍ଟ ଓ ଫ୍ଲାଇଟ ଟିକେଟ ମଧ୍ୟ ଦେଇଛନ୍ତି। କିନ୍ତୁ ଏସବୁ ଯାଞ୍ଚ ବେଳେ ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ବିଶ୍ୱଜିତଙ୍କ ନାଁରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Related story