ସ୍ତ୍ରୀକୁ ମାରି ସ୍ୱାମୀ ଫେରାର

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗାଁରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଲିପି ନାଏକ। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ପୁରନ୍ଦର ନାଏକ। ୫ ବର୍ଷ ତଳେ ଲିପି ଓ ପୁରନ୍ଦରଙ୍କ ବିବାହ ହୋଇଥିଲା। ଦୁହେଁ ବେଶ୍ ହସଖୁସିରେ ଥିଲେ। […]

Accussed

Jitendra Garnayak
  • Published: Sunday, 17 October 2021
  • , Updated: 17 October 2021, 10:56 AM IST

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗାଁରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ମୃତ ମହିଳାଙ୍କ ନାଁ ଲିପି ନାଏକ। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ପୁରନ୍ଦର ନାଏକ।

୫ ବର୍ଷ ତଳେ ଲିପି ଓ ପୁରନ୍ଦରଙ୍କ ବିବାହ ହୋଇଥିଲା। ଦୁହେଁ ବେଶ୍ ହସଖୁସିରେ ଥିଲେ। ତେବେ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହି ସମୟରେ ପୁରନ୍ଦର ଉତ୍‌କ୍ଷିପ୍ତ ହୋଇ ଲିପିଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ଲିପିଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ପୁରନ୍ଦର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ୍ ଶବକୁ ଜବତ କରିଥିବା ବେଳେ ତଦନ୍ତ ଜାରି ରହିଛି।

Related story