ନିଶା ଖାଇବାକୁ ମା’ ଦେଲାନି ଟଙ୍କା, ହାଣି ଦେଲା ପୁଅ

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): ନିଶା ସେବନ ପାଇଁ ଟଙ୍କା ନଦେବାରୁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଧାରୁଆ ଅସ୍ତ୍ର ହାଣି ରକ୍ତାକ୍ତ କରି ଦେଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଅନ୍ତର୍ଗତ ଖଡ଼ିବିଲ ଗାଁରେ। ଅଭିଯୋଗ ଅନୁଯାୟୀ, ଗାଁର ମଣ୍ଟୁ ଜେନା ଆଜି ସକାଳେ ନିଶା ଦ୍ରବ୍ୟ କିଣି ସେବନ କରିବା ପାଇଁ ତା’ ମା’ ରଙ୍ଗବତୀ ଜେନାଙ୍କୁ ୫୦୦ ଟଙ୍କା ମାଗିଥିଲା। ୫୦୦ ଟଙ୍କା ଦେଇ ପାରିବେନି ବୋଲି […]

attack

Jitendra Garnayak
  • Published: Saturday, 11 September 2021
  • , Updated: 11 September 2021, 02:59 PM IST

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): ନିଶା ସେବନ ପାଇଁ ଟଙ୍କା ନଦେବାରୁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଧାରୁଆ ଅସ୍ତ୍ର ହାଣି ରକ୍ତାକ୍ତ କରି ଦେଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଅନ୍ତର୍ଗତ ଖଡ଼ିବିଲ ଗାଁରେ।

ଅଭିଯୋଗ ଅନୁଯାୟୀ, ଗାଁର ମଣ୍ଟୁ ଜେନା ଆଜି ସକାଳେ ନିଶା ଦ୍ରବ୍ୟ କିଣି ସେବନ କରିବା ପାଇଁ ତା’ ମା’ ରଙ୍ଗବତୀ ଜେନାଙ୍କୁ ୫୦୦ ଟଙ୍କା ମାଗିଥିଲା। ୫୦୦ ଟଙ୍କା ଦେଇ ପାରିବେନି ବୋଲି ରଙ୍ଗବତୀ ତାକୁ କହିଥିଲେ। ସେ କେବଳ ୩୦ ଟଙ୍କା ଦେଇଥିଲେ।

ଆବଶ୍ୟକ ଟଙ୍କା ନ ମିଳିବାରୁ ମଣ୍ଟୁ ଏକ ଧାରୁଆ ଅସ୍ତ୍ରରେ ତା’ ମା’ ରଙ୍ଗବତୀଙ୍କୁ ଆକ୍ରମଣ କରିଥିଲା। ଫଳରେ ରଙ୍ଗବତୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା। ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଘଟଣା ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇନାହିଁ।

Related story