କୁକୁଡ଼ା ଖାଇ ଦେବାରୁ କୁକୁରକୁ ଗୁଳି କରି ଦେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁକୁଡ଼ାକୁ ଖାଇଦେବାରୁ ଜଣେ ବ୍ୟକ୍ତି ଦୁଇଟି କୁକୁରଙ୍କୁ କରି ଦେଲେ ଗୁଳି। ସେଥିରୁ ଗୋଟିଏ ମରି ଯାଇଥିବା ବେଳେ ଅନ୍ୟଟିର ଅବସ୍ଥା ଗୁରୁତର ରହିଛି। ରାଜଧାନୀ ଭୁବନେଶ୍ୱରର ଜାଗମରା ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା।

ଅଭିଯୁକ୍ତଙ୍କ ନାଁ କିତାବ ପଟ୍ଟନାୟକ। ଏହି ଘଟଣାରେ ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀ ଥିବା ବେଳେ ଏକ ପ୍ରାଣୀପ୍ରେମୀ ସଂଗଠନ ପକ୍ଷରୁ କିତାବଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି।

ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ଛାନ୍‌ଭିନ୍ କରୁଛି। ଆସନ୍ତାକାଲି ପ୍ରାଣୀ ଚିକିତ୍ସାଳୟରେ ମୃତ କୁକୁରଟିର ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତର କହିଛନ୍ତି। ଅନ୍ୟଟିର ଚିକିତ୍ସା ଚାଲିଛି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହୋଇଛି।

ଏହା ପୂର୍ବରୁ ବି ରାଜଧାନୀରେ ଏମିତି ଘଟଣା ଘଟିଛି। ଜଣେ ବ୍ୟକ୍ତି କୁକୁରଙ୍କୁ କାର ଚଢ଼ାଇ ଦେଇଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।