ଭେଣ୍ଡିଆ ପୁଅକୁ ପିଟି ପିଟି ମାରିଦେଲା ବାପା

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଜଣେ ବ୍ୟକ୍ତି ତାଙ୍କ ଭେଣ୍ଡିଆ ପୁଅକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ତାଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି। ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅଧୀନ ସରଗୁଲି ଗାଁରେ।

ମୃତ ଯୁବକଙ୍କ ନାଁ ଅସିତ ବସୁ। ତାଙ୍କୁ ୨୨ ବର୍ଷ ହୋଇଥିଲା। ଅଭିଯୁକ୍ତଙ୍କ ନାଁ ଅମଲ ବସୁ।

ଅମଲ ବସୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ୧୫ ବର୍ଷ ତଳେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହା ପରେ ଗିରଫ ହୋଇ ଜେଲ୍ ଯାଇଥିଲେ। ଜେଲ୍‌ରୁ ଫେରିବା ପରେ ଦ୍ୱିତୀୟ ସ୍ତ୍ରୀ ଓ ଛୁଆଙ୍କୁ ଧରି କୁମୁଲି ଗାଁ ଛକ ନିକଟରେ ଥିବା ନିଜ ଚାଷ ଜମି ନିକଟରେ ରହିଥିଲେ। କିନ୍ତୁ ପ୍ରଥମ ସ୍ତ୍ରୀଙ୍କ ଦୁଇ ପୁଅ ଅସିତ ଓ ବିଶ୍ୱଜିତ୍‌ଙ୍କ ସହ ଜମିଜମାକୁ ନେଇ ତାଙ୍କର ଗଣ୍ଡଗୋଳ ଲାଗି ରହିଥିଲା। ୬ ମାସ ତଳେ ଅସିତଙ୍କ ସହିତ ତାଙ୍କର ପ୍ରବଳ ଝଗଡ଼ା ହୋଇଥିଲା। ଏହା ପରେ ଅସିତ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଗତକାଲି ପୁଣି ଅସିତ ଓ ତାଙ୍କ ବାପାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଅମଲ ଉତ୍‌କ୍ଷିପ୍ତ ହୋଇ ଅସିତଙ୍କୁ ପିଟି ପିଟି ମାରି ଦେଇଥିଲେ।

ଘଟଣା ସଂପର୍କରେ ଖବର ପାଇ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢ଼ୀ ଏବଂ ରାଇଘର ଥାନା ଅଧିକାରୀ ପୂରା ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ଅମଲ ବସୁଙ୍କୁ ଗିରଫ କରିଥିଲେ।

ଆହୁରି ପଢ଼ନ୍ତୁ

ତୋଗାଲକୀ ଶାସନ ଭଳି ନୁହେଁ ବିପିୟୁଟି ଛାତ୍ରଛାତ୍ରୀଙ୍କ ହିତରେ କାର୍ଯ୍ୟ କରୁ :ଏବିଭିପି

ବଜ୍ରକାପ୍ତା ଚୋରା ଚାଲାଣ ଲିଙ୍କରେ ପ୍ରଧାନଶିକ୍ଷକ ଗିରଫ

ଅଧିକ ଗୋରା ବୋଲି ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟରୁ ବାଦ୍‌ ପଡ଼ିଲେ ଟେଲି ଅଭିନେତ୍ରୀ

ଖୋର୍ଦ୍ଧା ସବ୍‌ ଡିଭିଜନରେ କୋହଳ ହେଲା କଟକଣା

ନବରଙ୍ଗପୁର ଜିଲ୍ଲା ସପ୍ତାହାନ୍ତ ଶଟ୍‌ଡାଉନ୍

ଝାମ୍ପୁଥିଲେ ସୁନା ଚେନ୍‌, ଖାଇଲେ ନିର୍ଧୂମ ଛେଚା

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ଏସଆଇଟି ତଦନ୍ତ ଦାବି କଲା ବିଜେପି

‘ଇସ୍ପାତ ଉତ୍ପାଦନରେ ଭାରତ ଦ୍ୱିତୀୟ ସର୍ବ ବୃହତ୍ତ ଦେଶ’

ସିଡିଏ ସେକ୍ଟର-୭ରେ ଥିବା ଏକ ଘରୋଇ ହସ୍ପିଟାଲ୍ ବନ୍ଦ

ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ୍

ନାବାଳିକା ଦୁଷ୍କର୍ମ, ଗର୍ଭପାତ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

‘କରୋନା ବ୍ୟାପୁଥିବା ଜିଲ୍ଲାକୁ ଶଟ୍‌ଡାଉନ୍ କରାଯାଉ’