ଦିଅର-ଭାଉଜଙ୍କ ଆତ୍ମହତ୍ୟା
- Published: Saturday, 25 August 2018
- , Updated: 25 August 2018, 03:16 AM IST
<p>ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଖଣ୍ଡଗାଁରେ ଲୋକଲଜ୍ଜା ଭୟରେ ବେକରେ ରଶି ଦେଇ ଦିଅର ଓ ଭାଉଜ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।</p>
<p>ଗତକାଲି ବିଳମ୍ବିତ ରାତିରେ ସଂପର୍କୀୟ ଦିଅର ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ସେ ତାଙ୍କ ଶୋଇବା ଘରେ ଥିଲେ। ଉଭୟଙ୍କୁ ଶୋଇବା ଘରେ ଦେଖି ପରକୀୟାପ୍ରୀତି ସନ୍ଦେହରେ ମହିଳାଙ୍କ ଘର ଲୋକେ ବାହାରପଟୁ କବାଟ ଦେଇ ପୁଲିସ୍‌କୁ ଖବର ଦେଇଥିଲେ।</p>
<p>ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଫିଟାଇଥିଲା ଓ ସେମାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା।</p>