ମହିଳାଙ୍କ ପାଦ ତଳେ ପଡ଼ିଲା, ଗୋଇଠା ଖାଇଲା

ଜଳେଶ୍ୱର (ଅଜିତ କୁମାର ଦାସ): ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି ଏକ ଭିଡ଼ିଓ। ଯେଉଁଥିରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ପାଦ ତଳେ ପଡ଼ି କାକୁତି ମିନତି ହେଉଛି। ଆଉ ସେପଟେ ମହିଳା ଜଣକ ତାଙ୍କୁ ଗୋଇଠା ମାରୁଛନ୍ତି। ଭିଡ଼ିଓଟି ଏବେ ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲୁଥିବା ବେଳେ ଘଟଣାଟି ୬ ମାସ ତଳର ବୋଲି ଜଣାପଡ଼ିଛି। ମହାମାରୀ କରୋନା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଏକ ହାଇସ୍କୁଲରେ ଚାଲିଥିଲା ସ୍ୱତନ୍ତ୍ର କ୍ଲାସ୍‌। ସେଠାରେ […]

Jaleswar

Jaleswar

Manoranjan Sial
  • Published: Friday, 31 December 2021
  • Updated: 31 December 2021, 07:05 PM IST

Sports

Latest News

ଜଳେଶ୍ୱର (ଅଜିତ କୁମାର ଦାସ): ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି ଏକ ଭିଡ଼ିଓ। ଯେଉଁଥିରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ପାଦ ତଳେ ପଡ଼ି କାକୁତି ମିନତି ହେଉଛି। ଆଉ ସେପଟେ ମହିଳା ଜଣକ ତାଙ୍କୁ ଗୋଇଠା ମାରୁଛନ୍ତି। ଭିଡ଼ିଓଟି ଏବେ ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲୁଥିବା ବେଳେ ଘଟଣାଟି ୬ ମାସ ତଳର ବୋଲି ଜଣାପଡ଼ିଛି।

ମହାମାରୀ କରୋନା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଏକ ହାଇସ୍କୁଲରେ ଚାଲିଥିଲା ସ୍ୱତନ୍ତ୍ର କ୍ଲାସ୍‌। ସେଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ା ଯାଉଥିଲା। ସେହି ସମୟରେ ଗୋଟିଏ ସ୍କୁଲର ପିଅନ ଶ୍ରୀକାନ୍ତ ପ୍ରଧାନ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।

ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ତାଙ୍କ ମାଆଙ୍କୁ କହିଥିଲେ। ଛାତ୍ରୀଙ୍କ ମାଆ ଏନେଇ ଥାନାରେ ଅଭିଯୋଗ କରିଥିଲେ। ମାମଲା ଥାନାକୁ ଯାଇଥିବା ଦେଖି ହାଇସ୍କୁଲର ଶ୍ରୀକାନ୍ତ ପ୍ରଧାନଙ୍କ ଅକଲ ଗୁଡୁମ୍‌ ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ସେ ଛାତ୍ରୀଙ୍କ ଘରେ ପହଞ୍ଚିଥିଲା। ଆଉ ଛତ୍ରୀଙ୍କ ମାଆଙ୍କ ପାଦ ତଳେ ପଡ଼ି ଭୁଲ୍‌ କ୍ଷମା ମାଗିଥିଲା। ଏହା ପରେ ରାଗରେ ଜର୍ଜରିତ ଥିବା ଛାତ୍ରୀଙ୍କ ମାଆ ତାଙ୍କୁ ଗୋଇଠା ଓ ବିଧା ମାରିଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ୬ ମାସ ତଳେ ଘଟିଥିବା ଏହି ଘଟଣାର ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଉକ୍ତ ଭିଡ଼ିଓଟି ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ଘଟଣାକୁ ସ୍କୁଲ ଶିକ୍ଷକ ଓ ପୀଡ଼ିତାଙ୍କ ପରିବାର ଲୋକେ ସ୍ୱୀକାର କରିଛନ୍ତି।

ସେପଟେ ଭାଇରାଲ୍‌ରେ ଭୁଲ୍‌ ମାଗୁଥିବା ବ୍ୟକ୍ତି ଶ୍ରୀକାନ୍ତ ପ୍ରଧାନ ଅସଦାଚରଣ ଘଟଣାକୁ ଅସ୍ୱିକାର କରିଛନ୍ତି। ସେ କହିଛନ୍ତି, ବକେୟା ଅର୍ଥକୁ ନେଇ ଗଣ୍ଡଗୋଳ ହୋଇଥିଲା। ମୁଁ ସମ୍ପୃକ୍ତ ମହିଳାଙ୍କୁ ମାଡ଼ ମାରିଥିଲି। ସେଥିପାଇଁ ଭୁଲ୍‌ ମାଗୁଥିଲି ବୋଲି ଶ୍ରୀକାନ୍ତ ପ୍ରଧାନ କହିଛନ୍ତି। ଘଟଣାଟି ୨୦୧୭ ମସିହାରେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos