ଭୂତ ଛଡ଼ାଇବାକୁ ଯାଇ ବନ୍ଧା ହେଲେ ବାବା

ନୂଆପଡ଼ା(ମାୟାଧର ସରାଫ୍):  ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ବସନ୍ତ କୁମାର ବାଗ। ତା’ ଘର ବଲାଙ୍ଗିର ସଦର ଥାନା  ଅନ୍ତର୍ଗତ ଘୁଟୁପାଲି ଗାଁରେ। ସୂଚନା ଅନୁଯାୟୀ, ନାବାଳିକାଙ୍କୁ ଭୂତ ଲାଗିଥିବା ସନ୍ଦେହ କରି ତାଙ୍କ ପରିବାର ଲୋକେ ବାବାଙ୍କୁ ଜଣାଇଥିଲେ। ବାବା ନାବାଳିକାଙ୍କ ଘରକୁ ଯାଇ ଔଷଧ ଖାଇବାକୁ ଦେଇଥିଲେ। ଏହା ପରେ ଘର ଭିତର ପଟୁ କବାଟ ବନ୍ଦ […]

arrest

arrest

Jyoshna Pradhan
  • Published: Thursday, 13 June 2019
  • Updated: 13 June 2019, 01:37 PM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ୍):  ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍‌ ଗିରଫ କରିଛି।

ଗିରଫ ଅଭିଯୁକ୍ତଙ୍କ ନାଁ ବସନ୍ତ କୁମାର ବାଗ। ତା’ ଘର ବଲାଙ୍ଗିର ସଦର ଥାନା  ଅନ୍ତର୍ଗତ ଘୁଟୁପାଲି ଗାଁରେ।

ସୂଚନା ଅନୁଯାୟୀ, ନାବାଳିକାଙ୍କୁ ଭୂତ ଲାଗିଥିବା ସନ୍ଦେହ କରି ତାଙ୍କ ପରିବାର ଲୋକେ ବାବାଙ୍କୁ ଜଣାଇଥିଲେ। ବାବା ନାବାଳିକାଙ୍କ ଘରକୁ ଯାଇ ଔଷଧ ଖାଇବାକୁ ଦେଇଥିଲେ। ଏହା ପରେ ଘର ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ। ସେଠାରେ ବାବା ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଚିତ୍କାର କରିବାରୁ ତାଙ୍କ ପରିବାର ଲୋକେ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ନାବାଳିକାଙ୍କ ଅଭିଯୋଗ କ୍ରମେ ପୁଲିସ୍ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos