ଯାହା ଘରେ ଭରସା କରି ଛାଡ଼ିଥିଲେ, ତାଙ୍କରି ଘରୁ ବାହାରିଲା ଯୌନ ରାକ୍ଷସ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲା ଗୋପବନ୍ଧୁପାଲି ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବୁଧବାର ରାତିରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପ୍ଲାଣ୍ଟ ସାଇଟ୍‌ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ହାବିଲ ହାଂଶକୁ ଗିରଫ କରିଛି । ଗତକାଲି ରାତିରେ ନାବାଳିକାର ବାପା ଏବଂ ମା’ ବାହାରକୁ ଯାଇଥିଲେ। ତେବେ ରାତିରେ ଭାଇ-ଭଉଣୀ ଭୟ କରିବାରୁ ଉଭୟଙ୍କୁ ପଡୋଶୀ ଡାକିନେଇଥିଲେ। ଏନେଇ ପଡ଼ୋଶୀ ଜଣକ ପିଲାର ବାପା ମା’ଙ୍କ ସହ କଥା ମଧ୍ୟ ହୋଇଥିଲେ। ଏହା […]

65

Tapas Behera
  • Published: Thursday, 29 August 2019
  • , Updated: 29 August 2019, 06:38 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲା ଗୋପବନ୍ଧୁପାଲି ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବୁଧବାର ରାତିରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପ୍ଲାଣ୍ଟ ସାଇଟ୍‌ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ହାବିଲ ହାଂଶକୁ ଗିରଫ କରିଛି ।
ଗତକାଲି ରାତିରେ ନାବାଳିକାର ବାପା ଏବଂ ମା’ ବାହାରକୁ ଯାଇଥିଲେ। ତେବେ ରାତିରେ ଭାଇ-ଭଉଣୀ ଭୟ କରିବାରୁ ଉଭୟଙ୍କୁ ପଡୋଶୀ ଡାକିନେଇଥିଲେ। ଏନେଇ ପଡ଼ୋଶୀ ଜଣକ ପିଲାର ବାପା ମା’ଙ୍କ ସହ କଥା ମଧ୍ୟ ହୋଇଥିଲେ। ଏହା ପରେ ନାବାଳିକା ଏବଂ ତା’ର ୧୦ ବର୍ଷର ଭାଇ ପଡୋଶୀ ଘରେ ଶୋଇଥିଲେ ।

ତେବେ ପଡୋଶୀ ଘର ମାଲିକଙ୍କ ଘରର ଜଣେ ସମ୍ପର୍କୀୟ ରାତିରେ ଅନ୍ଧାରର ସୁଯୋଗ ନେଇ ଉକ୍ତ ନାବାଳିକାକୁ ଅନ୍ୟ ରୁମକୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଆଜି ତା’ର ମା ଆସି ପ୍ଲାଣ୍ଟସାଇଟ ଥାନାରେ ଏତଲା ଦେବା ପରେ ପୁଲିସ ପୋକ୍‌ସୋ ଆକ୍ଟରେ ମାମଲା ଦାୟର କରି ଅଭିଯୁକ୍ତକୁ ଗିରଫ କରିଛି ।

Related story