ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ। ବ୍ରହ୍ମପୁର ଟାଉନଥାନା ଅନ୍ତର୍ଗତ ଗାନ୍ଧିନଗର ମେନ୍ ରୋଡ଼ରେ ଶୁକ୍ରବାର ଗୋଟିଏ ଗୋଷ୍ଠୀର ଯୁବକଙ୍କୁ ଅନ୍ୟ ଗୋଷ୍ଠୀର ୨୦ରୁ ଊର୍ଦ୍ଧ୍ୱ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ।  ଯାହାର ଲାଇଭ ଦୃଶ୍ୟ ହସ୍ତଗତ ହୋଇଛି । ସମୟ ପ୍ରାୟେ ସାଢେ ୪ଟା ବେଳେ ଏହି ଘଟଣା ଘଟିଥିଲା। ଏଥିରେ କିଛି ଯୁବକ ଅନ୍ୟ ଏକ ଯୁବକକୁ ସଂଘବଦ୍ଧ ଆକ୍ରମଣ କରିଥିବା ଭିଡିଓ ଫୁଟେଜରେ ଦେଖିବାକୁ ମିଳୁଛି। ଏହି ଘଟଣାରେ […]

532

Tapas Behera
  • Published: Saturday, 24 August 2019
  • , Updated: 24 August 2019, 09:51 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ। ବ୍ରହ୍ମପୁର ଟାଉନଥାନା ଅନ୍ତର୍ଗତ ଗାନ୍ଧିନଗର ମେନ୍ ରୋଡ଼ରେ ଶୁକ୍ରବାର ଗୋଟିଏ ଗୋଷ୍ଠୀର ଯୁବକଙ୍କୁ ଅନ୍ୟ ଗୋଷ୍ଠୀର ୨୦ରୁ ଊର୍ଦ୍ଧ୍ୱ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ।  ଯାହାର ଲାଇଭ ଦୃଶ୍ୟ ହସ୍ତଗତ ହୋଇଛି । ସମୟ ପ୍ରାୟେ ସାଢେ ୪ଟା ବେଳେ ଏହି ଘଟଣା ଘଟିଥିଲା। ଏଥିରେ କିଛି ଯୁବକ ଅନ୍ୟ ଏକ ଯୁବକକୁ ସଂଘବଦ୍ଧ ଆକ୍ରମଣ କରିଥିବା ଭିଡିଓ ଫୁଟେଜରେ ଦେଖିବାକୁ ମିଳୁଛି।

ଏହି ଘଟଣାରେ ୪ଜଣ ଆହତ ହୋଇଥିଲେ। ଏହି ଆକ୍ରମଣ ବେଳେ ଜଣେ ମୋବାଇଲ ଭିଡ଼ିଓ ଉତ୍ତୋଳନ କରିଥିଲେ। ଘଟଣା ନେଇ ଟାଉନ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିଲା।  ଏନେଇ ପୋଲିସ୍ ୨ଟି ମାମଲା ରୁଜୁ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଆକ୍ରମଣ କରିଥିବା ଗୋଷ୍ଠୀର ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଗିରଫ ଯୁବକମାନେ ମିଲିଟାରୀ ଲାଇନ୍ ସ୍ଥିତ ଖ୍ୱାଜା ସାହିର ବୋଲି ଜଣାପଡିଛି । ସାମାନ୍ୟ ପାଟିତୁଣ୍ଡକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି।

Related story