ରାତିରେ ଶ୍ୱଶୁର ଘରେ ପଶି ସ୍ତ୍ରୀକୁ ଭୁଜାଲିରେ ହାଣିଲା ସ୍ୱାମୀ

ବିନିକା (ଦିଲ୍ଲୀପ ସାହୁ): ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ମହୁଲପାଲି ଗାଁରେ। ଗୁରୁତର ଭାବେ ଆହତ ହୋଇଥିବା ଏହି ମହିଳାଙ୍କ ନାଁ ମମତା ଥପା। ବର୍ଷକ ତଳେ ବରଗଡ଼ ଜିଲ୍ଲା ଖଲାବାହାଲ ଗାଁର ରସିକ ଥପାଙ୍କୁ ସେ ବାହା ହୋଇଥିଲେ। ହେଲେ ବାହାଘର ପରେ ରସିକ ସବୁ ବେଳେ ତାଙ୍କୁ […]

medical

Jitendra Garnayak
  • Published: Saturday, 16 March 2019
  • , Updated: 16 March 2019, 10:36 AM IST

ବିନିକା (ଦିଲ୍ଲୀପ ସାହୁ): ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ମହୁଲପାଲି ଗାଁରେ।

ଗୁରୁତର ଭାବେ ଆହତ ହୋଇଥିବା ଏହି ମହିଳାଙ୍କ ନାଁ ମମତା ଥପା। ବର୍ଷକ ତଳେ ବରଗଡ଼ ଜିଲ୍ଲା ଖଲାବାହାଲ ଗାଁର ରସିକ ଥପାଙ୍କୁ ସେ ବାହା ହୋଇଥିଲେ। ହେଲେ ବାହାଘର ପରେ ରସିକ ସବୁ ବେଳେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ। ସେଥିପାଇଁ ଚାରି ମାସ ହେଲା ମମତା ମହୁଲପାଲି ସ୍ଥିତ ତାଙ୍କ ବାପ ଘରେ ରହୁଥିଲେ।

ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରସିକ କାନ୍ଥ ଡେଇଁ ତାଙ୍କ ଶ୍ୱଶୁର ଘରେ ପଶିଥିଲେ ଓ ତାଙ୍କ ସ୍ତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ମମତା ଶୋଇଥିବା ବେଳେ ରସିକ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଛାତି ଓ ପିଠିରେ ଏକାଧିକ ଆଘାତ ଲାଗିଛି। ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Related story