ଯାତ୍ରା ଦେଖିବାକୁ ଯାଇ ଫେରିଲେନି ମନୋଜ

ଆଠଗଡ଼(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ରେଗେଡ଼ାପଡ଼ା ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମନୋଜ କୁମାର ନାୟକ। ତାଙ୍କ ଘର ଖୁଣ୍ଟକଟା ଗାଁରେ। ମନୋଜ ଓ ତାଙ୍କର ୪ ଜଣ ସାଙ୍ଗ ସହ ମିଶି ରେଗେଡାପଡା ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ ଗାଡ଼ି ପାର୍କିଂକୁ ନେଇ ସେହି ଗାଁର ଯୁବକମାନଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ଉକ୍ତ […]

deadbody

Jyoshna Pradhan
  • Published: Friday, 10 May 2019
  • , Updated: 10 May 2019, 12:29 PM IST

ଆଠଗଡ଼(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ରେଗେଡ଼ାପଡ଼ା ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମନୋଜ କୁମାର ନାୟକ। ତାଙ୍କ ଘର ଖୁଣ୍ଟକଟା ଗାଁରେ।

ମନୋଜ ଓ ତାଙ୍କର ୪ ଜଣ ସାଙ୍ଗ ସହ ମିଶି ରେଗେଡାପଡା ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ ଗାଡ଼ି ପାର୍କିଂକୁ ନେଇ ସେହି ଗାଁର ଯୁବକମାନଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ଉକ୍ତ ଯୁବକମାନେ ମନୋଜଙ୍କୁ ହତ୍ୟା କରି କୂଅରେ ପକେଇ ଦେଇଥିବା ତାଙ୍କ ସାଙ୍ଗମାନେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story