ପିଟି ପିଟି ମାରି ଦେଲେ; କାରଣ ସନ୍ଦେହ ହେଲା...

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ପିଲା ଚୋର ସନ୍ଦେହରେ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଅଚିହ୍ନା, ଅଜଣା ଲୋକଙ୍କ ଉପରେ ଆକ୍ରମଣ ହେଉଛି। ପୋଲିସର ସଚେତନତା ସତ୍ତ୍ୱେ ଏଭଳି ଘଟଣା ଘଟୁଥିବା ନେଇ ସୂଚନା ଆସୁଛି। ଗତକାଲି ମୟୂରଭଞ୍ଜର କରଞ୍ଜିଆ ଅଞ୍ଚଳରେ ଲୋକେ ସବୁ ସୀମା ଟପିଗଲେ। ପିଲା ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।  ଗତ ଶୁକ୍ରବାର ଦିନ ଏ ଘଟଣାଟି ଘଟିଛି। ତେବେ ଶନିବାର ଦିନ […]

man

Ordigital Desk
  • Published: Sunday, 03 June 2018
  • , Updated: 04 June 2018, 11:04 AM IST

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ପିଲା ଚୋର ସନ୍ଦେହରେ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଅଚିହ୍ନା, ଅଜଣା ଲୋକଙ୍କ ଉପରେ ଆକ୍ରମଣ ହେଉଛି। ପୋଲିସର ସଚେତନତା ସତ୍ତ୍ୱେ ଏଭଳି ଘଟଣା ଘଟୁଥିବା ନେଇ ସୂଚନା ଆସୁଛି। ଗତକାଲି ମୟୂରଭଞ୍ଜର କରଞ୍ଜିଆ ଅଞ୍ଚଳରେ ଲୋକେ ସବୁ ସୀମା ଟପିଗଲେ। ପିଲା ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।  ଗତ ଶୁକ୍ରବାର ଦିନ ଏ ଘଟଣାଟି ଘଟିଛି। ତେବେ ଶନିବାର ଦିନ ଉକ୍ତ ବ୍ୟକ୍ତିଙ୍କ ଶବ ମିଳିବା ପରେ ଏହା ସାମ୍ନାକୁ ଆସିଛି।

କେମିତି ଘଟିଲା ଏ ଘଟଣା?

ଶୁକ୍ରବାର ସଂଧ୍ୟାରେ ମତା ଜଙ୍ଗଲରେ କେତେକ ଅଜଣା ବ୍ୟକ୍ତି ଘୂରି ବୁଲୁଥିବା ନେଇ ରାମଚନ୍ଦ୍ରପୁର ଗାଁ ଲୋକେ ଶୁଣିବାକୁ ପାଇଥିଲେ। ସେମାନେ ପିଲା ଚୋର ହୋଇଥାଇ ପାରନ୍ତି ବୋଲି ଗାଁ ଲୋକଙ୍କର ସନ୍ଦେହ ହେଲା। ଜଙ୍ଗଲରୁ ସେହି ଲୋକମାନଙ୍କୁ ଧରିବାକୁ ସେମାନେ ଯୋଜନା କରିଥିଲେ। ବହୁ ଖୋଜାଖୋଜି ପରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କୁ ଠାବ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇଥିଲା। ଅନ୍ୟଜଣଙ୍କୁ ଲୋକେ କାବୁ କରି ନେଇଥିଲେ ଏବଂ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ। ତାଙ୍କ ପାଖରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଗାଁ ଲୋକେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ବୋଲି ସୂଚନା ମିଳିଛି। ମାଡ଼ରେ ଉକ୍ତ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଗାଁ ଲୋକେ ତାଙ୍କ ମୃତଦେହକୁ ଗାଁ ପାଖ ପଡ଼ିଆରେ ପକାଇ ଦେଇଥିଲେ।

ପିଲା ଚୋର ଗୁଜବ ଉଠିବା ପରେ ପ୍ରଥମ ମୃତ୍ୟୁ

ରାଜ୍ୟରେ ପିଲା ଚୋର ଗୁଜବ ସୃଷ୍ଟି ହେବା ରାଜ୍ୟରେ ଏହା ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ପିଲାଚୋର ସନ୍ଦେହର ବ୍ରହ୍ମପୁର, ନୟାଗଡ଼, ବାଲେଶ୍ୱର, କଟକ ଓ ବୌଦ୍ଧ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଜଣା ଲୋକଙ୍କୁ ମାଡ଼ ହୋଇଥିଲା। କିନ୍ତୁ କେହି ମରି ନଥିଲେ।

 

 

Related story