ବଡ଼ଭାଇକୁ ପିଟିପିଟି ମାରିଦେଲା ସାନଭାଇ

ବୀରମିତ୍ରପୁର (ରାକେଶ ସାହୁ): ବଡ଼ଭାଇକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ସାନଭାଇ। ଏହି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟ୍ରିଖମନ ପଞ୍ଚାୟତର ହରପାଲି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁଖୁ ଲାକ୍ରା। ତାଙ୍କୁ ୩୫ ବର୍ଷ ହୋଇଥିଲା। ପୁଲିସ୍‌ ଅଭିଯୁକ୍ତ ବନ୍ଧନୁ ଲାକ୍ରା (୨୮)କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଗତକାଲି ସୁଖୁ ଓ ବନ୍ଧନୁ ମଧ୍ୟରେ ଘରର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ା […]

police station

Tapaswini Nayak
  • Published: Monday, 16 November 2020
  • , Updated: 16 November 2020, 12:17 PM IST

ବୀରମିତ୍ରପୁର (ରାକେଶ ସାହୁ): ବଡ଼ଭାଇକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ସାନଭାଇ। ଏହି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟ୍ରିଖମନ ପଞ୍ଚାୟତର ହରପାଲି ଗାଁରେ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁଖୁ ଲାକ୍ରା। ତାଙ୍କୁ ୩୫ ବର୍ଷ ହୋଇଥିଲା। ପୁଲିସ୍‌ ଅଭିଯୁକ୍ତ ବନ୍ଧନୁ ଲାକ୍ରା (୨୮)କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ଗତକାଲି ସୁଖୁ ଓ ବନ୍ଧନୁ ମଧ୍ୟରେ ଘରର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ା ଚାଲିଥିବା ବେଳେ ବନ୍ଧନୁ ଉତ୍‌କ୍ଷିପ୍ତ ହୋଇଯାଇଥିଲେ ଏବଂ ଏକ କାଠ ଫାଳିଆରେ ସୁଖୁଙ୍କ ମୁଣ୍ଡକୁ ପ୍ରହାର କରିଥିଲେ।

ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ସୁଖୁଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍‌ପିଟାଲ୍‌ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୁଖୁଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା। କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ବନ୍ଧନୁକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି।

Related story