କଟକ ବଡ଼ ଡାକ୍ତରଖାନରେ ଝିଅର ସଉଦା କରୁଥିଲା ବାପା

Ordigital Desk
  • Published: Tuesday, 01 May 2018
  • , Updated: 01 May 2018, 05:38 PM IST
<p>କଟକ(ଓଡ଼ିଶା ରିପୋର୍ଟର): ବାପ ସାଜିଲା ଦଲାଲ୍&zwnj;। ନିଜର ବିବେକକୁ ଜଳାଞ୍ଜଳି ଦେଇ ଜନ୍ମ କଲା ପିଲାଙ୍କୁ ବିକ୍ରି କରୁଥିଲା। ଏଥିପାଇଁ ମୂଲଚାଲ ମଧ୍ୟ କରୁଥିଲା। ଏପରି ଘଟଣା ଘଟିଛି କଟକ ବଡ଼ ମେଡ଼ିକାଲରେ। ଏଥିରେ ଡାକ୍ତରଖାନାର କର୍ମକର୍ତ୍ତାଙ୍କ ହାତ ଥିବା ଅଭିଯୋଗ ହେଉଛି। ଚାଇଲ୍ଡଲାଇନ୍&zwnj;ର କର୍ମକର୍ତ୍ତାମାନେ ସେଠାରେ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରିଛନ୍ତି।</p> <p>ଭଦ୍ରକ ଅଞ୍ଚଳର ଜଣେ ପ୍ରସୂତି କଟକ ବଡ଼ ମେଡ଼ିକାଲର ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ୩ ଦିନ ତଳେ ମହିଳା ଜଣକ ୩ଟି କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ପୂର୍ବରୁ ତାଙ୍କର ୨ଜଣ କନ୍ୟା ସନ୍ତାନ ଥିବା ବେଳେ ପୁଣି ୩ ଝିଅ ଜନ୍ମ ହେବାରୁ ବାପାମାଆ ଚିନ୍ତାରେ ପଡ଼ି ଯାଇଥିଲେ। ତେଣୁ ଝିଅମାନଙ୍କୁ ବିକ୍ରି କରିବା ପାଇଁ ମନସ୍ତ କରିଥିଲେ। ଏପରିକି ଦଲାଲ ମଧ୍ୟ ମିଳି ଯାଇଥିଲେ। ଦଲାଲଙ୍କ ସର୍ତ୍ତ ଅନୁଯାୟୀ କନ୍ୟା ସନ୍ତାନଙ୍କ ବାପା ଆଜି କୋର୍ଟ ପେପର କିଣିବା ପାଇଁ ଯାଉଥିଲେ। ରାସ୍ତାରେ ଚାଇଲ୍ଡ ଲାଇନ୍&zwnj; କର୍ମକର୍ତ୍ତାମାନେ ତାଙ୍କୁ (ଛୁଆଙ୍କ ବାପା) ଅଟକାଇ ପିଲା ବିକ୍ରି କରିବ କି ନାହିଁ ପଚାରିଥିଲେ। କନ୍ୟାସନ୍ତାନ ବାପା କହିଥିଲେ, ଦୁଇଟି ଝିଅ ବିକ୍ରି ପାଇଁ କଥାବାର୍ତ୍ତା ସରିଛି, ଆଉ ଗୋଟିଏ ଝିଅ ଅଛି କିଣିବ ଯଦି କୁହ। ଏହା ଜାଣିପାରି ଚାଇଲ୍ଡ ଲାଇନ୍&zwnj; କର୍ମକର୍ତ୍ତାମାନେ ମେଡ଼ିକାଲରେ ପହଞ୍ଚି ଶିଶୁକନ୍ୟାଙ୍କୁ ଉଦ୍ଧାର କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦୁଇ ମହିଳା ଦଲାଲ୍&zwnj; ପଳାଇ ଯାଇଥିଲେ। ସେମାନଙ୍କ ଫଟୋ ଚାଇଲ୍ଡ ଲାଇନ୍&zwnj; କର୍ମକର୍ତ୍ତାଙ୍କ କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି।</p>

Related story