ଘଣ୍ଟାଏ ପାଣି ପିଆଇ ଦେଲେ
- Published: Wednesday, 22 August 2018
- , Updated: 22 August 2018, 08:26 AM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଯୋଗୁ ଆଜି ବ୍ରହ୍ମପୁର ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଣ୍ଟାଏ କାଳ ହଇରାଣ ହୋଇଥିଲେ। ସେମାନଙ୍କ ସହିତ ଟ୍ରେନ୍ ଯାତ୍ରୀ ବି ହଇରାଣ ହୋଇଥିଲେ।

ବ୍ରହ୍ମପୁରର ଷ୍ଟେସନ୍‌ର ତିନି ନମ୍ବର ପ୍ଲାଟ୍‌ଫର୍ମରେ ଥିବା ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍ ଖୁଣ୍ଟ ଉପରକୁ ଏହି ମାନସିକ ବିକାରଗ୍ରସ୍ତ ଯୁବକ ଜଣଙ୍କ ଚଢ଼ି ଯାଇଥିଲେ। ଏହା ଦେଖି ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।

ଅଘଟଣ ଆଶଙ୍କାରେ ତୁରନ୍ତ ବିଦ୍ୟୁତ୍ ସରବରାହକୁ ବନ୍ଦ କରି ଦିଆଯାଇଥିଲା। ବିଦ୍ୟୁତ୍‌ କାଟ ଯୋଗୁ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା।

ପ୍ରାୟ ଘଣ୍ଟାଏ କାଳ କସରତ କରିବା ପରେ ଅଗ୍ନିଶମ ବାହିନୀ ଓ ପୁଲିସ୍ ଉକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।