ପତ୍ନୀ ଓ ଝିଅକୁ ବିଷ ଦେଇ ନିଜେ ପିଇଦେଲା!

ବରଗଡ଼(ଦୀପକ ଶର୍ମା): ପତ୍ନୀ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇଦେଇଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ଉତ୍‌କ୍ଷିପ୍ତ ହୋଇ ରଥ ମହାନନ୍ଦ ନାମକ ଜଣେ ବ୍ୟକ୍ତି ଏପରି କରିଥିବା ଅଭିଯୋଗ ହୋଇଛି। ଫଳରେ ରଥ ମହାନନ୍ଦ ଓ ତାଙ୍କ ୧୨ ବର୍ଷର ଝିଅର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି। ଆଜି କୌଣସି କଥାକୁ ନେଇ ବିଜେପୁର ବେନିଆଚାଲ ଗାଁ […]

suicide

Manoranjan Sial
  • Published: Saturday, 22 August 2020
  • , Updated: 22 August 2020, 11:27 PM IST

ବରଗଡ଼(ଦୀପକ ଶର୍ମା): ପତ୍ନୀ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇଦେଇଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ଉତ୍‌କ୍ଷିପ୍ତ ହୋଇ ରଥ ମହାନନ୍ଦ ନାମକ ଜଣେ ବ୍ୟକ୍ତି ଏପରି କରିଥିବା ଅଭିଯୋଗ ହୋଇଛି। ଫଳରେ ରଥ ମହାନନ୍ଦ ଓ ତାଙ୍କ ୧୨ ବର୍ଷର ଝିଅର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି।

ଆଜି କୌଣସି କଥାକୁ ନେଇ ବିଜେପୁର ବେନିଆଚାଲ ଗାଁ ରଥ ମହାନନ୍ଦ(୪୫)ଙ୍କ ପରିବାରରେ ଭିତରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଥ ପରିବାର ଲୋକଙ୍କୁ ବିଷ ଦେଇଦେଇଥିବା ଅଭିଯୋଗ ହୋଇଥିଲା। ଏପରିକି ରଥ ନିଜେ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଥିଲା। ଫଳରେ ରଥ, ତାଙ୍କ ସ୍ତ୍ରୀ, ୧୨ ବର୍ଷର ଝିଅ ଗୁରୁତର ହୋଇ ପଡ଼ିଥିଲେ।

ପଡ଼ୋଶୀମାନେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ରଥ ଓ ତାଙ୍କ ୧୨ ବର୍ଷର ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରଥଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

Related story