ବଜାର ଯାଇଥିଲେ ଯୁବକ, ପିଟି ଦେଲା ଅଜଣା ଗାଡ଼ି

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ  ୪୯ନଂ ଜାତୀୟ ରାଜପଥରେ ଗତକାଲି ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।  ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। । ମୃତକ ହେଉଛନ୍ତି ସାଗରପାଲି ଗ୍ରାମର ନରୋତ୍ତମ ପ୍ରଧାନ । ଗତକାଲି ରାତିରେ ନରୋତ୍ତମ କୌଣସି କାମରେ ସମରବଗା ଗୋବିନ୍ଦପୁର ଛକ ନିକଟକୁ ଯାଇଥିଲେ। ଗୋବିନ୍ଦପୁର ଛକ ମଝିରେ ଥିବା ପ୍ରକାଶ ଢାବା ନିକଟରେ ନରୋତ୍ତମ ଛିଡ଼ା ହୋଇଥିବା ବେଳେ ଏକ ଅଜଣା ଗାଡ଼ି […]

ACCIDENT

Niharika Rout
  • Published: Friday, 06 August 2021
  • , Updated: 06 August 2021, 12:05 PM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ  ୪୯ନଂ ଜାତୀୟ ରାଜପଥରେ ଗତକାଲି ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।  ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। । ମୃତକ ହେଉଛନ୍ତି ସାଗରପାଲି ଗ୍ରାମର ନରୋତ୍ତମ ପ୍ରଧାନ ।

ଗତକାଲି ରାତିରେ ନରୋତ୍ତମ କୌଣସି କାମରେ ସମରବଗା ଗୋବିନ୍ଦପୁର ଛକ ନିକଟକୁ ଯାଇଥିଲେ। ଗୋବିନ୍ଦପୁର ଛକ ମଝିରେ ଥିବା ପ୍ରକାଶ ଢାବା ନିକଟରେ ନରୋତ୍ତମ ଛିଡ଼ା ହୋଇଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଘଟଣାସ୍ଥଳରେ ନରୋତ୍ତମଙ୍କ ମୃତ୍ୟୁ ହୋଇଥିଲା।

ଘଟଣା ବିଷୟରେ ସ୍ଥାନୀୟ ଲୋକ ପୁଲିସକୁ ଜଣାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକଙ୍କ ଟେର ପାଇପାରିନି ପୁଲିସ୍‌।

Related story