ମିଳିଲାନି ମହାପ୍ରୟାଣ ଗାଡ଼ି! ବାଇକରେ ଗଲା ମୃତଦେହ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ମୃତଦେହକୁ ଅସମ୍ମାନିତ କରାଯିବ ନାହିଁ। ମୃତଦେହକୁ ସମ୍ମାନ ଜଣାଇବାକୁ ଯାଇ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଥିଲେ। ହେଲେ ଗଞ୍ଜାମ ଜିଲ୍ଲାରେ ଏହି ଯୋଜନା ଫେଲ୍‌ ହେଲା ଭଳି ଲାଗୁଛି। କାରଣ ମେଡିକାଲରେ ମୃତ୍ୟୁ ବରଣ କରିଥିବା ଜଣେ ବ୍ୟକ୍ତିକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ନମଳିବାରୁ ପରିବାର ଲୋକେ ବାଇକରେ ବସାଇ ନେଇଥିବା ଅଭିଯୋଗ ହୋଇଛି। ଜଗନ୍ନାଥ ପ୍ରସାଦ ଜିରାବାଡ଼ି ଗାଁର ନୀଳମାଧବ ପ୍ରଧାନ ଶନିବାର ସକାଳେ […]

ganjam

Manoranjan Sial
  • Published: Saturday, 16 January 2021
  • , Updated: 16 January 2021, 06:35 PM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ମୃତଦେହକୁ ଅସମ୍ମାନିତ କରାଯିବ ନାହିଁ। ମୃତଦେହକୁ ସମ୍ମାନ ଜଣାଇବାକୁ ଯାଇ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଥିଲେ। ହେଲେ ଗଞ୍ଜାମ ଜିଲ୍ଲାରେ ଏହି ଯୋଜନା ଫେଲ୍‌ ହେଲା ଭଳି ଲାଗୁଛି। କାରଣ ମେଡିକାଲରେ ମୃତ୍ୟୁ ବରଣ କରିଥିବା ଜଣେ ବ୍ୟକ୍ତିକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ନମଳିବାରୁ ପରିବାର ଲୋକେ ବାଇକରେ ବସାଇ ନେଇଥିବା ଅଭିଯୋଗ ହୋଇଛି।

ଜଗନ୍ନାଥ ପ୍ରସାଦ ଜିରାବାଡ଼ି ଗାଁର ନୀଳମାଧବ ପ୍ରଧାନ ଶନିବାର ସକାଳେ ଚାହା ପିଇବା ପାଇଁ ବଜାରକୁ ଯାଇଥିଲେ। ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମହାପ୍ରୟାଣ ଗାଡ଼ିରେ ନୀଳମାଧବଙ୍କ ମରଶରୀରକୁ ଘରକୁ ନେବା ପାଇଁ ପରିବାର ଲୋକେ ଡାକ୍ତରଙ୍କୁ କହିଥିଲେ। ମେଡିକାଲରେ ମହାପ୍ରୟାଣ ଗାଡିର ସୁବିଧା ନଥିବା ଡାକ୍ତର କହିଥିଲେ। ପରେ ପରିବାର ଲୋକେ ଆମ୍ବୁଲାନ୍ସ ଓ ଶବାଧାନ ଗାଡ଼ି ସହ ଯୋଗାଯୋଗ କରିଥିଲେ। ମାତ୍ର ମୃତଦେହ ନେବା ପାଇଁ ଗାଡ଼ି ନମିଳିବାରୁ ପରିବାର ଲୋକେ ବାଧ୍ୟହୋଇ ବାଇକରେ ବସାଇ ଘରକୁ ନେଲେ। ସର୍ବ ସମ୍ମୁଖରେ ଜଣେ ମୃତ ବ୍ୟକ୍ତିଙ୍କୁ ବାଇକ୍‌ରେ ବସାଇ ଘରକୁ ନେବା ଦୃଶ୍ୟ ରାଜ୍ୟ ସରକାରଙ୍କ ବିଧି ଓ ବ୍ୟବସ୍ଥାର ପାରିବା ପଣିଆକୁ ନେଇ ପ୍ରଶ୍ନ କରିଛି।

Related story