କାନ୍ଥ ଭୁଶୁଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ବେଉସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡ଼ି ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ମୃତକ ହେଲେ ଭାସ୍କର ଦେହୁରୀ। ଗତକାଲି ବିଳମ୍ୱିତ ରାତିରେ ଭାସ୍କର ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଘରେ ଶୋଇଥିବା ବେଳେ ହଠାତ୍ କାନ୍ଥ ତାଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ  ଭାସ୍କରଙ୍କ ମୃତ୍ୟୁ ଘଟିଥିଲା। ତିଳୋତ୍ତମାଙ୍କୁ ଗୁରୁତର ଅବସ୍ଥାରେ […]

dead-body-1

Ordigital Desk
  • Published: Tuesday, 07 August 2018
  • , Updated: 07 August 2018, 11:24 AM IST

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ବେଉସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡ଼ି ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି।

ମୃତକ ହେଲେ ଭାସ୍କର ଦେହୁରୀ।

ଗତକାଲି ବିଳମ୍ୱିତ ରାତିରେ ଭାସ୍କର ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଘରେ ଶୋଇଥିବା ବେଳେ ହଠାତ୍ କାନ୍ଥ ତାଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ  ଭାସ୍କରଙ୍କ ମୃତ୍ୟୁ ଘଟିଥିଲା। ତିଳୋତ୍ତମାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story