ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଚିତାପଦା ଗାଁରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ବାଇକ୍ ଉପରେ ଟ୍ରକ୍ ଚଢ଼ି ଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଙ୍କ ନାଁ ମାନସ ମଲ୍ଲିକ। ତାଙ୍କ ଘର ଚିତାପଦା ନିକଟସ୍ଥ ଜୟପୁର ଗାଁରେ। ଆହତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

truckସୂଚନା ଅନୁଯାୟୀ, ମାନସ ତାଙ୍କ ବାଇକ୍ ଯୋଗେ ଖନ୍ତାପଡ଼ା ବଜାରକୁ ଯାଉଥିଲେ। ବାଟରେ ଏହି ମହିଳା ଜଣଙ୍କ ତାଙ୍କୁ ଲିଫ୍ଟ ମାଗିଥିଲେ। ଚିତାପଦା ଛକ ନିକଟରେ ଥିବା ଏକ ଡାଇଭରସନ୍‌ରେ ସେ ବୁଲୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖନ୍ତାପଡ଼ା ପୁଲିସ୍ ଟ୍ରକ୍‌ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।