ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ସୁବଳୟା ଥାନା ଲୁତୁରପଙ୍କ ବାବୁପାଲିରେ ଆଜି ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି। ତାଙ୍କ ନାଁ ମକାରୁ ଥପା। ପୂର୍ବ ଶତ୍ରୁତାର ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବା ବେଳେ ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଜି ସକାଳ ପ୍ରାୟ ୧୦ଟା ବେଳେ ଗାଁର ହାଇସ୍କୁଲ୍ ସମ୍ମୁଖ ପଡ଼ିଆରେ ମକାରୁ ଓ ତିନି ଅଭିଯୁକ୍ତଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। […]

deadman

Jitendra Garnayak
  • Published: Sunday, 12 May 2019
  • , Updated: 12 May 2019, 02:32 PM IST

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ସୁବଳୟା ଥାନା ଲୁତୁରପଙ୍କ ବାବୁପାଲିରେ ଆଜି ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି।

ତାଙ୍କ ନାଁ ମକାରୁ ଥପା। ପୂର୍ବ ଶତ୍ରୁତାର ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବା ବେଳେ ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଆଜି ସକାଳ ପ୍ରାୟ ୧୦ଟା ବେଳେ ଗାଁର ହାଇସ୍କୁଲ୍ ସମ୍ମୁଖ ପଡ଼ିଆରେ ମକାରୁ ଓ ତିନି ଅଭିଯୁକ୍ତଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ସେମାନେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ ଓ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍ ମକାରୁଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

Related story