କାଠଚୋର ସନ୍ଦେହରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଠଚୋର ସନ୍ଦେହରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁକୁ ହୋଇଛି। ଏହାକୁ ନେଇ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି ବାଣପୁର ମେଡିକାଲରେ ଘଟିଛି। ଗତକାଲି ସଞ୍ଜ ବେଳେ ଧୂଆଁନଳୀ ଫରେଷ୍ଟ ବିଟ୍‌ ଟମଣା ପାହାଡରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ୪ ଜଣ କାଠ ଚୋର ସେଠାରୁ ଚମ୍ପଟ ମାରିଥିଲେ। ତେବେ ସେମାନଙ୍କ ଭିତରୁ ବଳଭଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ବନ […]

balugaa

Manoranjan Sial
  • Published: Tuesday, 13 October 2020
  • , Updated: 13 October 2020, 09:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଠଚୋର ସନ୍ଦେହରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁକୁ ହୋଇଛି। ଏହାକୁ ନେଇ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି ବାଣପୁର ମେଡିକାଲରେ ଘଟିଛି।

ଗତକାଲି ସଞ୍ଜ ବେଳେ ଧୂଆଁନଳୀ ଫରେଷ୍ଟ ବିଟ୍‌ ଟମଣା ପାହାଡରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ୪ ଜଣ କାଠ ଚୋର ସେଠାରୁ ଚମ୍ପଟ ମାରିଥିଲେ। ତେବେ ସେମାନଙ୍କ ଭିତରୁ ବଳଭଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ କାବୁ କରିନେଇଥିଲେ। ପରେ ତାଙ୍କୁ ଫରେଷ୍ଟ ବିଟ୍‌ ହାଉସ୍‌କୁ ଦେଇଥିଲେ। ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ନୀଳାଦ୍ରି ପ୍ରସାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଣପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।

ଆଜି ଏହି ଖବର ପ୍ରକାଶ ପାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ବନ କର୍ମଚାରୀମାନେ ବଳଭଦ୍ରଙ୍କୁ ପିଟି ମାରିଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story