ଫେକ୍ ଚେକ୍ ଦେଖି ବିଷ ଖାଇଦେଲେ ଯୁବକ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଟଙ୍କା ବୁଡ଼ିଯିବାରୁ ଜୀବନ ହାରିଲେ ଯୁବକ। ସାଏବର ଠକାମୀର ଶିକାର ହେବା ପରେ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ। ବଲାଙ୍ଗିର ସିନ୍ଧେଇକେଲା ଥାନା ଗନ୍ଧର୍ଲା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ନାଁ ବିନୋନ କୁମାର ଯାଦବ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ସେୟାର ମାର୍କେଟରେ ଟଙ୍କା ଲଗାଇଲେ ଏହାର ଡବଲ ଟଙ୍କା ପାଇବେ ବୋଲି ଦିଲ୍ଲୀର ଓମ୍ ପ୍ରକାଶ ନାମକ ଜଣେ ବ୍ୟକ୍ତି […]

man

  • Published: Wednesday, 14 September 2022
  • , Updated: 14 September 2022, 04:32 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଟଙ୍କା ବୁଡ଼ିଯିବାରୁ ଜୀବନ ହାରିଲେ ଯୁବକ। ସାଏବର ଠକାମୀର ଶିକାର ହେବା ପରେ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ। ବଲାଙ୍ଗିର ସିନ୍ଧେଇକେଲା ଥାନା ଗନ୍ଧର୍ଲା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ନାଁ ବିନୋନ କୁମାର ଯାଦବ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ସେୟାର ମାର୍କେଟରେ ଟଙ୍କା ଲଗାଇଲେ ଏହାର ଡବଲ ଟଙ୍କା ପାଇବେ ବୋଲି ଦିଲ୍ଲୀର ଓମ୍ ପ୍ରକାଶ ନାମକ ଜଣେ ବ୍ୟକ୍ତି ବିନୋଦଙ୍କୁ ପ୍ରବର୍ତ୍ତାଇ ଥିଲେ। ଓମ ପ୍ରକାଶଙ୍କୁ ବିନୋଦ ୨୦ ଲକ୍ଷ ଟଙ୍କା ଦେଇଥିଲେ। ନିଜେ ପାଖରେ ରଖିଥିବା ୧୦ ଲକ୍ଷ ଟଙ୍କା ସହ ଆଉ ୧୦ ଲକ୍ଷ ଧାର କରି ସେ ଟଙ୍କା ଦେଇଥିଲେ। ହେଲେ ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ମାନସୀକ ଭାରସାମ୍ୟ ହରାଇ ଗତକାଲି ବିଷ ପିଇଦେଇଥିଲେ। ତାଙ୍କୁ ବଲାଙ୍ଗିର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ପତ୍ନୀ ରୋହିଣୀ ଯାଦବ କହିଛନ୍ତି, ଦିଲ୍ଲୀର ବ୍ୟକ୍ତି କହିବା ମୁତାବକ ତାଙ୍କ ସ୍ୱାମୀ ବିନୋଦ ପ୍ରତି ସପ୍ତାହରେ ଲକ୍ଷେ ଟଙ୍କା ଲେଖାଏଁ ପଠାଉଥିଲେ। ସେ ଏହାକୁ ବିରୋଧ କରିଥିଲେ। ଠକାମୀରରେ ପଡ଼ିପାରନ୍ତି ବୋଲି ଚେତାଇଥିଲେ। ହେଲେ ବିନୋଦ ଶୁଣି ନ ଥିଲେ। ପ୍ରତି ସପ୍ତାହରେ ଲକ୍ଷେ ଟଙ୍କା ସେୟାର ମାର୍କେଟରେ ଲଗାଇଲେ ଦେଢ଼ ଲକ୍ଷ ଟଙ୍କା ପାଇବ ବୋଲି ଦିଲ୍ଲୀର ବ୍ୟକ୍ତି ପ୍ରଲୋଭନ ଦେଇଥିଲେ। ତେଣୁ ବିନୋଦ ଟଙ୍କା ପଠାଇଥିଲେ। ଗତ ରବିବାର ଦିଲ୍ଲୀରୁ ଗୋଟିଏ ଚେକ୍ ଧରି ଫେରିଥିଲେ। ହେଲେ ଏହି ଚେକ୍ ଫେକ୍ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିବା ପରେ ବନୋଦ ମାନସୀକ ଭାରସାମ୍ୟ ହରାଇଥିଲେ। ଶେଷରେ ସେ କାହାକୁ ନ ଜଣାଇ ବିଷ ଖାଇ ଦେଇଥିଲେ। ସରକାର ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ରୋହିଣୀ କହିଛନ୍ତି।

Related story