ପଗଡ଼ି ଆଣିବାକୁ ଯାଇ ଭାସିଯାଇଥିଲେ ଆବୁଆ

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ରାଧାନାଥପୁର ସମୁଦ୍ର ମୁହାଣକୁ  ଜାଲ ବସାଇବାକୁ ଯାଇ ଭାସି ଯାଇଥିବା ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ  ନାଁ ଆବୁଆ ମଳିକ(୫୦) ବର୍ଷ। ତାଙ୍କର ଘର  ମନ୍ଦାରୀ ଅଞ୍ଚଳରେ। ଆବୁଆ ଓ ଉପେନ୍ଦ୍ର ମଳିକ ଦୁଇଜଣ ଗୁରୁବାର ଅପରାହ୍ନରେ ମୁହାଣକୁ ଜାଲ ବସାଇ ମାଛ ମାରିବାକୁ ଯାଇଥିଲେ। ଜୁଆର ଆସିବାରୁ ଆବୁଆ ମୁଣ୍ଡରେ ବାନ୍ଧିଥିବା ପଗଡ଼ି ପାଣିରେ ପଡ଼ି ଯାଇଥିଲା। ପଗଡ଼ି ଆଣିବାକୁ  ଯାଇ ସେ  ଭାସି ଯାଇଥିଲେ। ଆବୁଆଙ୍କୁ ଉଦ୍ଧାର […]

boat

Rakesh Mallick
  • Published: Friday, 08 June 2018
  • , Updated: 08 June 2018, 12:06 PM IST

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ରାଧାନାଥପୁର ସମୁଦ୍ର ମୁହାଣକୁ  ଜାଲ ବସାଇବାକୁ ଯାଇ ଭାସି ଯାଇଥିବା ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ  ନାଁ ଆବୁଆ ମଳିକ(୫୦) ବର୍ଷ। ତାଙ୍କର ଘର  ମନ୍ଦାରୀ ଅଞ୍ଚଳରେ।

ଆବୁଆ ଓ ଉପେନ୍ଦ୍ର ମଳିକ ଦୁଇଜଣ ଗୁରୁବାର ଅପରାହ୍ନରେ ମୁହାଣକୁ ଜାଲ ବସାଇ ମାଛ ମାରିବାକୁ ଯାଇଥିଲେ। ଜୁଆର ଆସିବାରୁ ଆବୁଆ ମୁଣ୍ଡରେ ବାନ୍ଧିଥିବା ପଗଡ଼ି ପାଣିରେ ପଡ଼ି ଯାଇଥିଲା। ପଗଡ଼ି ଆଣିବାକୁ  ଯାଇ ସେ  ଭାସି ଯାଇଥିଲେ। ଆବୁଆଙ୍କୁ ଉଦ୍ଧାର କରିବା  ପାଇଁ  ଉପେନ୍ଦ୍ର ଉଦ୍ୟମ କରିଥିଲେ ମଧ୍ୟ ନିରାଶ ହୋଇଥିଲେ।

 

Related story