ମା’ ବଞ୍ଚିଗଲା, ପୁଅ ଚାଲିଗଲା

ଯାଜପୁର(ଅଭୟ ପତି): ମରଣମୁହଁରୁ ଅଳ୍ପକେ ବର୍ତ୍ତିଗଲେ ମାଆ, କିନ୍ତୁ ପୁଅ ବଞ୍ଚିପାରିଲା ନାହିଁ। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଦୁଲାଖାପାଟଣା ବନ୍ଦାଳ ଗାଁରେ। ମୃତକ ନାବାଳକ ଜଣଙ୍କ ହେଲେ ମାନସ ପତି(୧୪) ବର୍ଷ। ମାନସ ଓ ତାଙ୍କ ମାଆ ମଞ୍ଜୁଲତା ଅନ୍ତ୍ୟେଷ୍ଟି କ୍ରିୟା ସାରି ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ମାନସଙ୍କ ଗୋଡ଼ ଖସି ଯାଇଥିଲେ। ମାନସ ଭାସି ଯାଇଥିଲେ। ଏହା ଦେଖି ମଞ୍ଜୁଲତା ମାନସଙ୍କୁ ଉଦ୍ଧାର କରିବା ପାଇଁ ନଦୀ […]

jajpur

Rakesh Mallick
  • Published: Saturday, 09 June 2018
  • , Updated: 09 June 2018, 02:45 PM IST

ଯାଜପୁର(ଅଭୟ ପତି): ମରଣମୁହଁରୁ ଅଳ୍ପକେ ବର୍ତ୍ତିଗଲେ ମାଆ, କିନ୍ତୁ ପୁଅ ବଞ୍ଚିପାରିଲା ନାହିଁ। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଦୁଲାଖାପାଟଣା ବନ୍ଦାଳ ଗାଁରେ। ମୃତକ ନାବାଳକ ଜଣଙ୍କ ହେଲେ ମାନସ ପତି(୧୪) ବର୍ଷ।

ମାନସ ଓ ତାଙ୍କ ମାଆ ମଞ୍ଜୁଲତା ଅନ୍ତ୍ୟେଷ୍ଟି କ୍ରିୟା ସାରି ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ମାନସଙ୍କ ଗୋଡ଼ ଖସି ଯାଇଥିଲେ। ମାନସ ଭାସି ଯାଇଥିଲେ। ଏହା ଦେଖି ମଞ୍ଜୁଲତା ମାନସଙ୍କୁ ଉଦ୍ଧାର କରିବା ପାଇଁ ନଦୀ ଗର୍ଭକୁ ଚାଲିଯାଇଥିଲେ। ସେ ମଧ୍ୟ ଭାସି ଯାଇଥିଲେ। ମାନସ ଓ ମଞ୍ଜୁଲତା ଭାସି ଯାଉଥିବା ଦେଖି ସେଠାରେ ଉପସ୍ଥିତ ଗ୍ରାମବାସୀ ଉଦ୍ଧାର କରିବା ଯାଇଥିଲେ। ପ୍ରଥମେ ମଞ୍ଜୁଲତାଙ୍କୁ ଉଦ୍ଧାର କରିଥିଲେ ପରେ ମାନସଙ୍କୁ ଉଦ୍ଧାର କରାଯାଇଥିଲା।

ମାନସଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କୁ ଯାଜପୁର ଟାଉନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

 

 

Related story