ବର୍ଷର ଶେଷ ଦିନ ହେଲା ଜୀବନର ଶେଷ ଦିନ, କିନ୍ତୁ ସାଙ୍ଗକୁ ବଞ୍ଚାଇ ଦେଲେ

ଆନନ୍ଦପୁର (ମୁନା ସିଂହ): ଆଜି ବର୍ଷର ଶେଷ ଦିନରେ ସାଙ୍ଗମାନଙ୍କ ସହିତ ଫୋଟ୍‌ ଉଠାଇବାକୁ ଯାଇଥିବା ବେଳେ ଡ୍ୟାମ୍‌ରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଣେ ଯୁବକ। ତେବେ ନିଜେ ବୁଡ଼ି ଯିବା ପୂର୍ବରୁ ଜଣେ ସାଙ୍ଗଙ୍କ ଜୀବନ ବଞ୍ଚାଇ ଦେଇଥିଲେ ସେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରେମାଳ ଡ୍ୟାମ୍‌ରେ। ମୃତ ଯୁବକଙ୍କ ନାଁ ସୁବ୍ରତ ସାହୁ। ତାଙ୍କ ଘର ଘଷିପୁର ଥାନା ଅନ୍ତର୍ଗତ ଢିଙ୍କିଆରେ। ସେ ଆଜି ତାଙ୍କର ୫ ଜଣ […]

deadbody

Jitendra Garnayak
  • Published: Friday, 31 December 2021
  • , Updated: 31 December 2021, 08:22 PM IST

ଆନନ୍ଦପୁର (ମୁନା ସିଂହ): ଆଜି ବର୍ଷର ଶେଷ ଦିନରେ ସାଙ୍ଗମାନଙ୍କ ସହିତ ଫୋଟ୍‌ ଉଠାଇବାକୁ ଯାଇଥିବା ବେଳେ ଡ୍ୟାମ୍‌ରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଣେ ଯୁବକ। ତେବେ ନିଜେ ବୁଡ଼ି ଯିବା ପୂର୍ବରୁ ଜଣେ ସାଙ୍ଗଙ୍କ ଜୀବନ ବଞ୍ଚାଇ ଦେଇଥିଲେ ସେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରେମାଳ ଡ୍ୟାମ୍‌ରେ।

ମୃତ ଯୁବକଙ୍କ ନାଁ ସୁବ୍ରତ ସାହୁ। ତାଙ୍କ ଘର ଘଷିପୁର ଥାନା ଅନ୍ତର୍ଗତ ଢିଙ୍କିଆରେ। ସେ ଆଜି ତାଙ୍କର ୫ ଜଣ ସାଙ୍ଗଙ୍କ ସହିତ ରେମାଳ ଡ୍ୟାମ୍‌କୁ ଫଟୋ ଉଠାଇବାକୁ ଯାଇଥିଲେ।

ରୋଶନ ପୃଷ୍ଟି ନାମକ ତାଙ୍କର ଜଣେ ସାଙ୍ଗ ସେଠାରେ ନଦୀରେ ଗାଧୋଇ ଥିଲେ। ତେବେ ଗାଧୋଉ ଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ସୁବ୍ରତ ପାଣିକୁ ଡେଇଁ ପଡ଼ିଥିଲେ। ରୋଶନ ଉଦ୍ଧାର ହୋଇଗଲେ, କିନ୍ତୁ ସୁବ୍ରତ ଆଉ ବାହାରି ପାରି ନଥିଲେ।

କିଛି ସମୟ ପରେ ସ୍ଥାନୀୟ ଲୋକେ ଆସି ସୁବ୍ରତଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related story