ମାଛ ଧରିବାକୁ ଯାଇ ଫସିଗଲେ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଡ୍ୟାମ୍‌କୁ ମାଛ ଧରିବାକୁ ଯାଇଥିଲେ। ଡ୍ୟାମ୍‌ ମଝିରେ ହଠାତ୍‌ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଚିତ୍କାର ଶୁଣି ଅନ୍ୟ ମତ୍ସ୍ୟଜୀବୀମାନେ ଆସି ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରିଥିଲେ। ଏବେ ସୁଦ୍ଧା ଆଉ ଜଣେ ନିଖୋଜ ଅଛନ୍ତି। ଆଜି ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ପୂରା ଘଟଣା ଏମିତି। ଗତକାଲି ଚମ୍ପାଖାରୀ ଗାଁର ପୁରୁଷୋତ୍ତମ ମାଝି ଓ […]

river

river

Rakesh Mallick
  • Published: Wednesday, 11 July 2018
  • Updated: 11 July 2018, 01:07 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଡ୍ୟାମ୍‌କୁ ମାଛ ଧରିବାକୁ ଯାଇଥିଲେ। ଡ୍ୟାମ୍‌ ମଝିରେ ହଠାତ୍‌ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଚିତ୍କାର ଶୁଣି ଅନ୍ୟ ମତ୍ସ୍ୟଜୀବୀମାନେ ଆସି ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରିଥିଲେ। ଏବେ ସୁଦ୍ଧା ଆଉ ଜଣେ ନିଖୋଜ ଅଛନ୍ତି। ଆଜି ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି।

ପୂରା ଘଟଣା ଏମିତି। ଗତକାଲି ଚମ୍ପାଖାରୀ ଗାଁର ପୁରୁଷୋତ୍ତମ ମାଝି ଓ ସିଙ୍ଗା ମାଢ଼ି ଏକ ଦେଶୀ ଡଙ୍ଗାରେ ସତୀଗୁଡ଼ା ଡ୍ୟାମ୍‌କୁ ମାଛ ଧରିବା ପାଇଁ ଯାଇଥିଲେ। ହଠାତ୍‌ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ମତ୍ସ୍ୟଜୀବୀମାନେ ସିଙ୍ଗା ମାଢ଼ିଙ୍କୁ ଉଦ୍ଧାର କରିଥିଲେ। ମାତ୍ର ପୁରୁଷୋତ୍ତମଙ୍କ ପତ୍ତା ପାଇ ନ ଥିଲେ। ଆଜି ସକାଳେ ଅଗ୍ନିଶମ କର୍ମଚାରୀମାନେ ଆସି ତାଙ୍କୁ ଖୋଜୁଛନ୍ତି। ମାତ୍ର ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos