ଶିକାର ପାଇଁ ବସାଇଥିବା ଜାଲରେ ପଡ଼ି ଶିକାରୀଙ୍କ ପ୍ରାଣ ଗଲା

ତେଲକୋଇ (ଚିନ୍ମୟ କୁମାର ସାହୁ): ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଫାଶ ବସାଇ ବିଦ୍ୟୁତ ସଂଯୋଗ କରିଥିଲେ। ହେଲେ ନିଜେ ବିଛାଇ ଥିବା ଫାଶରେ ନିଜେ ପଡ଼ି ଗଲେ ଓ ଜୀବନ ହରାଇଲେ। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧୀନ ଜେନାଦର ସଂରକ୍ଷିତ ଜଙ୍ଗଲରେ। ମୃତକ ଜଣକ ଜେନାଦର ଗାଁର କାର୍ତ୍ତିକ କିଶାନ। ସୂଚନା ଅନୁଯାୟୀ, ବନ୍ୟଜନ୍ତୁ ଶିକାର ପାଇଁ କାର୍ତ୍ତିକ ଆଉ କିଛି ଲୋକଙ୍କ ସହିତ ମିଶି ଜେନାଦର ସଂରକ୍ଷିତ ଜଙ୍ଗଲରେ […]

electricshock1

Tapaswini Nayak
  • Published: Friday, 29 May 2020
  • , Updated: 29 May 2020, 01:38 PM IST

ତେଲକୋଇ (ଚିନ୍ମୟ କୁମାର ସାହୁ): ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଫାଶ ବସାଇ ବିଦ୍ୟୁତ ସଂଯୋଗ କରିଥିଲେ। ହେଲେ ନିଜେ ବିଛାଇ ଥିବା ଫାଶରେ ନିଜେ ପଡ଼ି ଗଲେ ଓ ଜୀବନ ହରାଇଲେ। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧୀନ ଜେନାଦର ସଂରକ୍ଷିତ ଜଙ୍ଗଲରେ। ମୃତକ ଜଣକ ଜେନାଦର ଗାଁର କାର୍ତ୍ତିକ କିଶାନ।

ସୂଚନା ଅନୁଯାୟୀ, ବନ୍ୟଜନ୍ତୁ ଶିକାର ପାଇଁ କାର୍ତ୍ତିକ ଆଉ କିଛି ଲୋକଙ୍କ ସହିତ ମିଶି ଜେନାଦର ସଂରକ୍ଷିତ ଜଙ୍ଗଲରେ ଫାଶ ବସାଇଥିଲେ। ଜଙ୍ଗଲ ମଧ୍ୟରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସହିତ ଫାଶକୁ ସଂଯୋଗ କରିଥିଲେ। ସନ୍ଧ୍ୟା ବେଳେ ଫାଶରେ ଜନ୍ତୁ ପଡିଛନ୍ତି କି ନାହିଁ ଦେଖିବାକୁ ଯାଇଥିଲେ। କିନ୍ତୁ ଅସାବଧାନତା ଯୋଗୁ ଫାଶର ତାର କାର୍ତ୍ତିକଙ୍କ ଦେହରେ ଲାଗି ଯାଇଥିଲା। ସେ ଗୁରୁତର ଅବସ୍ଥାରେ ତଳେ ପଡ଼ି ଯାଇଥିଲେ।  ପରିବାରଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତେଲକୋଇ ଡାକ୍ତରଖାନା ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ କାର୍ତ୍ତିକଙ୍କୁ  କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।

Related story