ଶିଶୁକୁ ବଞ୍ଚାଇବାକୁ କୂଅକୁ ଡେଇଁଲେ ଯୁବକ, କିନ୍ତୁ...

ଅନୁଗୋଳ(ବିରଜା ପ୍ରସାଦ ଦାସ): କୂଅରେ ପଡ଼ି ଯାଇଥିବା ଏକ ୩ ବର୍ଷ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ଜଣେ ଯୁବକ। ଏପରି ଅଘଟଣ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଘଟିଛି। ସୂଚନା ଅନୁସାରେ, ଆଜି ଗାଁ ମୁଣ୍ଡରେ ଥିବା ପୁରିହାପାଟ ଦେବୀ ମନ୍ଦିର ନିକଟସ୍ଥ ଶିବ ପଧାନ ନାମକ ବ୍ୟକ୍ତିଙ୍କ ୩ ବର୍ଷର ଶିଶୁ ଖେଳୁଥିଲା। ମାତ୍ର ଅସାବଧାନତା ହେତୁ ଶିଶୁଟି ନିକଟରେ ଥିବା ଏକ କୂଅକୁ ଖସି ପଡିଥିଲା […]

DeadBody

Niharika Rout
  • Published: Monday, 21 June 2021
  • , Updated: 21 June 2021, 02:22 PM IST

ଅନୁଗୋଳ(ବିରଜା ପ୍ରସାଦ ଦାସ): କୂଅରେ ପଡ଼ି ଯାଇଥିବା ଏକ ୩ ବର୍ଷ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ଜଣେ ଯୁବକ। ଏପରି ଅଘଟଣ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଘଟିଛି।

ସୂଚନା ଅନୁସାରେ, ଆଜି ଗାଁ ମୁଣ୍ଡରେ ଥିବା ପୁରିହାପାଟ ଦେବୀ ମନ୍ଦିର ନିକଟସ୍ଥ ଶିବ ପଧାନ ନାମକ ବ୍ୟକ୍ତିଙ୍କ ୩ ବର୍ଷର ଶିଶୁ ଖେଳୁଥିଲା। ମାତ୍ର ଅସାବଧାନତା ହେତୁ ଶିଶୁଟି ନିକଟରେ ଥିବା ଏକ କୂଅକୁ ଖସି ପଡିଥିଲା ।

ଶିଶୁଟି ଖସି ପଡିବା ଦେଖି ପାଖରେ ପାଖରେ କାମ କରୁଥିବା ପ୍ରଦୀପ ପଧାନ , ଶୁକ୍ରୁ ପଧାନ ଓ ଦୀପ ଦେହୁରୀ ନାମକ ତିନି ଯୁବକ ସଙ୍ଗେ ସଙ୍ଗେ କୂଅ ଭିତରେ ପଶିଥିଲେ।    ଶିଶୁକୁ ସୁରକ୍ଷିତ ଉଦ୍ଧାର କରି  ଶୁକ୍ରୁ  ଓ ଦୀପ ବାହାରକୁ ଆସିଥିବା ବେଳେ ପ୍ରଦୀପ କିନ୍ତୁ ଆଉ ବାହାରି ପାରିନଥିଲେ । ଶ୍ଵାସରୁଦ୍ଧ ହୋଇ କୂଅ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ କୁଅରୁ ଉଦ୍ଧାର କରିଥିଲା ।  ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳି ଯାଇଛି ।

Related story