ସ୍ତ୍ରୀକୁ ମାରିଥିଲା, ମିଳିଲା ଆଜୀବନ କାରାଦଣ୍ଡାଦେଶ

ଯାଜପୁର (ଅଭୟ ପତି): ସ୍ତ୍ରୀକୁ ହତ୍ୟା କରିଥିବା ସ୍ୱାମୀ ପାଇଛି ଆଜୀବନ କାରାଦଣ୍ଡାଦେଶ। ତା’ ନାଁ କାଳିଆ ଟୁଡ଼ୁ। ତା’ ଘର ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଦେଓଗାଁରେ। ତାକୁ ଆଜି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ରୋଡ୍‌ ଅତିରିକ୍ତ ଜିଲ୍ଲା ଦୌରା ଜଜ୍। ୨୦୧୭ ମସିହା ଫେବ୍ରୁଆରୀ ମାସରେ କାଳିଆ ତା’ ସ୍ତ୍ରୀ ସରସ୍ୱତୀ ଟୁଡୁଙ୍କୁ ହତ୍ୟା କରିଥିଲା। ପାରିବାରିକ ଗଣ୍ଡଗୋଳକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି ସମୟରେ ଉତ୍‌କ୍ଷିପ୍ତ କାଳିଆ […]

Criminal

Jitendra Garnayak
  • Published: Wednesday, 03 November 2021
  • , Updated: 03 November 2021, 06:56 PM IST

ଯାଜପୁର (ଅଭୟ ପତି): ସ୍ତ୍ରୀକୁ ହତ୍ୟା କରିଥିବା ସ୍ୱାମୀ ପାଇଛି ଆଜୀବନ କାରାଦଣ୍ଡାଦେଶ। ତା’ ନାଁ କାଳିଆ ଟୁଡ଼ୁ। ତା’ ଘର ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଦେଓଗାଁରେ। ତାକୁ ଆଜି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ରୋଡ୍‌ ଅତିରିକ୍ତ ଜିଲ୍ଲା ଦୌରା ଜଜ୍।

୨୦୧୭ ମସିହା ଫେବ୍ରୁଆରୀ ମାସରେ କାଳିଆ ତା’ ସ୍ତ୍ରୀ ସରସ୍ୱତୀ ଟୁଡୁଙ୍କୁ ହତ୍ୟା କରିଥିଲା। ପାରିବାରିକ ଗଣ୍ଡଗୋଳକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି ସମୟରେ ଉତ୍‌କ୍ଷିପ୍ତ କାଳିଆ ସ୍ତ୍ରୀ ସରସ୍ୱତୀଙ୍କ ଉପରକୁ ତୀର ମାରି ଦେଇଥିଲା। ଏଥିରେ ସରସ୍ୱତୀଙ୍କର ମୃତ୍ୟୁ ଘଟିଥିଲା।

କେସ୍‌ ନମ୍ବର ୧୦୯/୨୦୧୭ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା କାଳିଆପାଣି ପୁଲିସ। ଏହି ଘଟଣାରେ ୧୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି କାଳିଆକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Related story