ଅଜା, ନାତିଙ୍କ ଉପରେ ଚଢ଼ିଗଲା ଚାଉଳ ବୋଝେଇ ଟ୍ରକ୍‌

ଆନନ୍ଦପୁର(ମୁନ୍ନା ସିଂହ): ନାତିକୁ ଧରି ଅଜା ଘରକୁ ଫେରିଥିଲେ। ହେଲେ ଅଧା ରାସ୍ତାରେ ସେମାନଙ୍କ ଉପରେ ଚଢ଼ିଗଲା ଏକ ଚାଉଳ ବୋଝେଇ ଟ୍ରକ୍‌। ଆଉ ଅଧା ରାସ୍ତାରେ ଚାଲିଗଲା ଅଜା ଓ ନାତିଙ୍କ ଜୀବନ। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଘଟିଛି। ରାମଚନ୍ଦ୍ରପୁର ଥାନା ହରିପୁର ଗାଁର କିର୍ତ୍ତନ ନାଥ ଆଜି କେନ୍ଦୁଝର ଯାଇଥିଲେ। ସେଠାରୁ ନିଜର ନାତି କେଶବକୁ ଧରି ଘରକୁ ଫେରିଥିଲେ। ହେଲେ ୨୦ ନମ୍ୱର ଜାତୀୟ […]

bike

Manoranjan Sial
  • Published: Friday, 30 October 2020
  • , Updated: 30 October 2020, 03:51 PM IST

ଆନନ୍ଦପୁର(ମୁନ୍ନା ସିଂହ): ନାତିକୁ ଧରି ଅଜା ଘରକୁ ଫେରିଥିଲେ। ହେଲେ ଅଧା ରାସ୍ତାରେ ସେମାନଙ୍କ ଉପରେ ଚଢ଼ିଗଲା ଏକ ଚାଉଳ ବୋଝେଇ ଟ୍ରକ୍‌। ଆଉ ଅଧା ରାସ୍ତାରେ ଚାଲିଗଲା ଅଜା ଓ ନାତିଙ୍କ ଜୀବନ। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଘଟିଛି।

ରାମଚନ୍ଦ୍ରପୁର ଥାନା ହରିପୁର ଗାଁର କିର୍ତ୍ତନ ନାଥ ଆଜି କେନ୍ଦୁଝର ଯାଇଥିଲେ। ସେଠାରୁ ନିଜର ନାତି କେଶବକୁ ଧରି ଘରକୁ ଫେରିଥିଲେ। ହେଲେ ୨୦ ନମ୍ୱର ଜାତୀୟ ରାଜପଥର ବରପଦା ଛକରେ ଏକ ଚାଉଳ ବୋଝେଇ ଟ୍ରକ ବାଇକ ଉପରେ ଚଢ଼ି ଯାଇଥିଲା। ଫଳରେ ଅଜା ଓ ନାତି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଆନନ୍ଦପୁର ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି।

Related story