ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବେହେରେନସିଲେଟ ଗାଁରେ ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଦେବରାମ ମାଝି।  ଅଭିଯୁକ୍ତ ବଡ଼ ଭାଇର ନାଁ ଶେଷ ମାଝି। ସୂଚନାଯୋଗ୍ୟ,  ଗତକାଲି ରାତିରେ ଶେଷ ଓ ଦେବରାମଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଶାଗ୍ରସ୍ତ ଥିବା ଶେଷ ସାନ ଭାଇ ଦେବରାମଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଦେବରାମଙ୍କ ବେକ, କାନ୍ଧ ଓ ଗାଲରେ […]

murder

Jyoshna Pradhan
  • Published: Sunday, 15 December 2019
  • , Updated: 15 December 2019, 02:29 PM IST

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବେହେରେନସିଲେଟ ଗାଁରେ ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଦେବରାମ ମାଝି।  ଅଭିଯୁକ୍ତ ବଡ଼ ଭାଇର ନାଁ ଶେଷ ମାଝି।

ସୂଚନାଯୋଗ୍ୟ,  ଗତକାଲି ରାତିରେ ଶେଷ ଓ ଦେବରାମଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଶାଗ୍ରସ୍ତ ଥିବା ଶେଷ ସାନ ଭାଇ ଦେବରାମଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଦେବରାମଙ୍କ ବେକ, କାନ୍ଧ ଓ ଗାଲରେ ଗଭୀର ଆଘାତ ଲାଗିଥିଲା ଏହାପରେ ପରିବାର ଲୋକେ ଦେବରାମଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ତେବେ ଝଗଡ଼ା ବେଳେ ଉଭୟେ ମଦ ପିଇଥିଲେ ବୋଲି ଜଣାପଡ଼ିଛି।

ଏ ଘଟଣା ନେଇ ଦେବରାମଙ୍କ ସ୍ତ୍ରୀ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଏଥିସହ ଅଭିଯୁକ୍ତ ଶେଷ ମାଝିଙ୍କୁ ଥାନାରେ ଅଟକ ରଖି ପଚାରାଉଚରା କରୁଛି।

Related story