ବୋଲେରୋ ଧକ୍କାରେ ଜଳିଗଲା ବାଇକ୍; ବାପା-ପୁଅଙ୍କ ମୃତ୍ୟୁ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ତୁଷରା ଥାନା ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ ଧକ୍କା ପରେ ବାଇକ୍‌ଟି ଜଳିଯାଇଛି। ଫଳରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଏବଂ ଅନ୍ୟ ସାନ ପୁଅ ଗୁରୁତର ଆହତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ରିଷିଡ଼ା ଗାଁର ମାନଖନୁ ବିଷି, ତାଙ୍କ ପତ୍ନୀ ଓ ଦୁଇ ପୁଅ ଆଜି ବାଇକରେ ଯାଉଥିଲେ। ତେବେ ଡାହିମାଲ୍‌-ରିଷିଡ଼ା ରାସ୍ତାର ମିଶ୍ର ଢ଼ାବା ନିକଟରେ ଗୁଡ଼ିଭେଲା କୋଭିଡ୍‌ […]

bike-accident

Manoranjan Sial
  • Published: Friday, 04 December 2020
  • , Updated: 04 December 2020, 03:48 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ତୁଷରା ଥାନା ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ ଧକ୍କା ପରେ ବାଇକ୍‌ଟି ଜଳିଯାଇଛି। ଫଳରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଏବଂ ଅନ୍ୟ ସାନ ପୁଅ ଗୁରୁତର ଆହତ ହୋଇଛନ୍ତି।

କଳାହାଣ୍ଡି ଜିଲ୍ଲା ରିଷିଡ଼ା ଗାଁର ମାନଖନୁ ବିଷି, ତାଙ୍କ ପତ୍ନୀ ଓ ଦୁଇ ପୁଅ ଆଜି ବାଇକରେ ଯାଉଥିଲେ। ତେବେ ଡାହିମାଲ୍‌-ରିଷିଡ଼ା ରାସ୍ତାର ମିଶ୍ର ଢ଼ାବା ନିକଟରେ ଗୁଡ଼ିଭେଲା କୋଭିଡ୍‌ ହସ୍ପିଟାଲ୍‌ରେ ନିୟୋଜିତ ବୋଲେରୋଟି ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକଟି ଜଳି ଯାଇଥିଲା। ଘଟଣାସ୍ଥଳରେ ମାନଖନୁ ଓ ତାଙ୍କ ୩ ବର୍ଷର ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଏବଂ ବର୍ଷକର ଶିଶୁ ପୁତ୍ର ରାସ୍ତା କଡ଼ରେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ମାଆ ଓ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ମେଡ଼ିକାଲ୍‌ରେ ଭର୍ତ୍ତି କରାଇଛନ୍ତି। ଏବେ ମଧ୍ୟ ମାଆ ଓ ପୁଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

Related story